oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଗତ ୧୦ ବର୍ଷରେ ପ୍ରଥମ ଥର ଗ୍ରାହକ ହରାଇଲା ନେଟଫ୍ଲିକ୍ସ, ପାସଓ୍ଵାର୍ଡ ଆଦାନ ପ୍ରଦାନକୁ ଦୋଷ ଦେଲା କମ୍ପାନୀ

20/04/2022 at 5:57 PM

ନୂଆଦିଲ୍ଲୀ ୨୦/୦୪: ଗତ ୧୦ ବର୍ଷରେ ପ୍ରଥମ ଥର ନେଟଫ୍ଲିକ୍ସର ସବସ୍କ୍ରାଇବର ହ୍ରାସ ଘଟିଛି। ଏହା ଓଟିଟି ପ୍ଲାଟଫର୍ମ ପାଇଁ ସବୁଠୁ ବଡ ଝଟକା ହୋଇଛି। ପ୍ରଥମ ତ୍ରୈମାସିକରେ ନେଟଫ୍ଲିକ୍ସ ୨ ଲକ୍ଷ ସବସ୍କ୍ରାଇବର ହରାଇଛି। ଏଥିରେ ଆଗାମୀ ସମୟରେ ଏହି ଷ୍ଟ୍ରିମିଂ ସଂସ୍ଥାକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଏହା ପରେ ନେଟଫ୍ଲିକ୍ସ ଅନୁମାନ କରିଛି ଯେ, ଆସନ୍ତା ଦ୍ଵିତୀୟ ତ୍ରୈମାସରେ  ୨୦ ଲକ୍ଷ ଗ୍ରାହକ ହରାଇପାରେ। ସବସ୍କ୍ରାଇବ ଶୁଳ୍କ ବଢାଇବା ଏବଂ ନେଟଫ୍ଲିକ୍ସ ପାସଓ୍ଵାର୍ଡ ଆଦାନ ପ୍ରଦାନ କାରଣରୁ ନେଟଫ୍ଲିକ୍ସର ଗ୍ରାହକ ହ୍ରାସ ପାଇବାରେ ଲାଗିଛି।

ନେଟଫ୍ଲିକ୍ସ କହିଛି, ଏହାରି ପ୍ରଭାବରେ ଆମର ରାଜସ୍ଵ ପ୍ରଭାବିତ ହୋଇଛି। ସଂପ୍ରତି ଓଟିଟିରେ ପ୍ରତିଯୋଗିତା ଚାଲିଛି। ସମଗ୍ର ବିଶ୍ଵରେ ନେଟଫ୍ଲିକ୍ସର ଲୋପ୍ରିୟତା ରହିଛି।  ଗତ ଜାନୁଆରୀରେ ନେଟଫ୍ଲିକ୍ସ ଦୁଇ ବର୍ଷରେ ନିଜର ପ୍ରଥମ ତ୍ରୈମାସରେ ଗ୍ରାହକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା। ମାତ୍ର ସଦ୍ୟତମ ରିପୋର୍ଟରେ କମ୍ପାନୀ ନିଜ ଗ୍ରାହକଙ୍କୁ ବାନ୍ଧି ରଖିବାରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ସଗମ୍ର ଦୁନିଆର ଏହାର ୨୨୨ ମିଲିୟନ ଅର୍ଥାତ ୨୨ କୋଟି ଗ୍ରାହକ ଅଛନ୍ତି। ତେବେ ଏହି ତ୍ରୈମାସରେ ଏହି ଷ୍ଟ୍ରିମିଂ ସଂସ୍ଥା ଆମେରିକା ଏବଂ କାନାଡାରେ ୬ ଲକ୍ଷ ଗ୍ରାହକ ହରାଇଛି। ତେବେ ଭାରତରେ ଏହାର ଗ୍ରାହକ ସଂଖ୍ୟା ବଢିଛି ନା କମିଛି ଏହା ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ।

ଅନ୍ୟପଟେ ନେଟଫ୍ଲିକ୍ସ ନିଜର ସବସ୍କ୍ରିପସନ ଫି ବୃଦ୍ଧି କରିଛି। ଏହାର ଗ୍ରାହକ ସଂଖ୍ୟା କମିବାରେ ଏହା କେବଳ ଗୋଟିଏ କାରଣ ନାହିଁ। ଏହି ସଂସ୍ଥା ପାସଓ୍ଵାର୍ଡ କେମିତି ଆଦାନ ପ୍ରଦାନ କରାଯାଇ ପାରିବ ନାହିଁ ସେ ନେଇ ଦୁଇଟି ପେଡ୍ ସେୟାରିଂ ଫିଚର୍ସ ତିଆରି କରିଛି। ଏହାର ଉଦ୍ଦେଶ୍ୟ ନେଟଫ୍ଲିକ୍ସର ପାସଓ୍ଵାର୍ଡ ଅନ୍ୟକୁ ସେୟାର କରାଯାଇ ପାରିବ ନାହିଁ। ନେଟଫ୍ଲିକ୍ସ ତଥ୍ୟ ଅନୁଯାୟୀ, ପାଖାପାଖି ୧୦ କୋଟି ଗ୍ରାହକ ଅନ୍ୟଙ୍କ ଆକାଉଣ୍ଟ ବ୍ୟବହାର କରୁଛନ୍ତି। ଫଳରେ ଏହାର କାରବାର ଉପରେ ନକରାତ୍ମକ ପ୍ରଭାବ ପଡିଛି।

   Related Posts