ନେଟ୍ଫ୍ଲିକ୍ସ ସିଇଓ ପଦରୁ ଇସ୍ତଫା ଦେଲେ କମ୍ପାନୀର କୋ-ଫାଉଣ୍ଡର
20/01/2023 at 8:50 AM

ନୂଆଦିଲ୍ଲୀ, ୨୦/୦୧: ଓଟିଟି ପ୍ଳାଟଫର୍ମ ନେଟଫ୍ଲିକ୍ସ ଆଇଏନସିର ସହ-ସଂସ୍ଥାପକ ରିଡ ହେଷ୍ଟିଂ ଗୁରୁବାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇ ସେ କହିଛନ୍ତି ଯେ ଏହା ଉଚିତ୍ ସମୟ ଥିଲା ନିଷ୍ପତ୍ତି ନେବାର। ରିଡ୍ ହେଷ୍ଟିଂସ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ କାମ କରିବେ। ଟେଡ ସାରଣ୍ଡୋସ ଏବଂ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ଗ୍ରେଗ ପିଟର୍ସ ସିଇଓ ଦାୟିତ୍ବ ସମ୍ଭାଳିବେ।
ନେଟଫ୍ଳିକ୍ସ ୨୦୨୨ ର ପ୍ରଥମ ପ୍ରଥମାର୍ଦ୍ଧରେ ଅନେକ ଗ୍ରାହକଙ୍କୁ ହରାଇଥିଲା। କିନ୍ତୁ ଦ୍ବିତୀୟାର୍ଦ୍ଧରେ ଗ୍ରାହକଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିଲା। କମ୍ପାନୀର ଲାଭ ପାଇଁ ନେଟଫ୍ଲିକ୍ସ ଏହାର ପଲିସିରେ ପରିବର୍ତ୍ତନ କରିଥିଲା ଏବଂ ୧୨ ଦେଶରେ ଗତ ନଭେମ୍ବରରେ ଏକ ଶସ୍ତା ପ୍ଲାନ ଲଞ୍ଚ କରିଥିଲା। ଏହି ପ୍ଲାନରେ ଗ୍ରାହକଙ୍କୁ ବିଜ୍ଞାପନ ଦେଖିବାକୁ ମିଳଥାଏ।
ସେହିଭଳି ଗତ ଗୁରୁବାର ସବସ୍କ୍ରାଇବର ସଂଖ୍ୟା ରେକର୍ଡ ସଂଖ୍ୟକ ବଢ଼ି ୨୩ କୋଟିରୁ ଅଧିକ ହୋଇଥିଲା। ସେହିଭଳି ନେଟଫ୍ଲିକ୍ସର ଶେୟାର, ଗତ ବର୍ଷ ୩୮ ପ୍ରତିଶତ ହ୍ରାସ ପାଇଥିଲା। ଅବଶ୍ୟ ପରେ କମ୍ପାନୀର କାରବାର ୬.୧ ପ୍ରତିଶତ ବଢ଼ିବା ସହ ୩୩୫.୦୫ ଡଲାର ହୋଇଥିଲା।