ଇସ୍ରାଏଲ-ହମାସ ଯୁଦ୍ଧ ଜୋରଦାର; ନେତାନ୍ୟାହୁ କହିଲେ ଗାଜା ଅକ୍ତିଆର ଆମ ଲକ୍ଷ୍ୟ ନୁହେଁ

Published By : Prameya-News7 Bureau | November 12, 2023 IST

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଇସ୍ରାଏଲ ଡିଫେନ୍ସ ଫୋର୍ସ ଖୋଜି ଖୋଜି ହମାସ୍ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରୁଛି । ଟନେଲ, ହସ୍ପିଟାଲ ଯେଉଁଠି ବି ଲୁଚିଲେ ଆତଙ୍କୀଙ୍କୁ ତ୍ରାହି ନାହିଁ । ଯୁଦ୍ଧ ଘନଘଟା ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ହମାସକୁ ନିପାତ କରିବା ଇସ୍ରାଏଲର ମୂଳ ଲକ୍ଷ୍ୟ ବୋଲି ସ୍ପଷ୍ଟ କରିଛନ୍ତି । ହମାସ୍ ବିରୋଧରେ ଯୁଦ୍ଧ ଚାଲିଛି । ଗାଜାପଟ୍ଟି କବଜା ଆମର ଲକ୍ଷ୍ୟ ନୁହେଁ ବୋଲି ନେତାନ୍ୟାହୁ କହିଛନ୍ତି ।  

ଶନିବାର ଅନ୍ତରାଷ୍ଟ୍ରୀୟ ନେତାଙ୍କ ଯୁଦ୍ଧ ବିରତି ଆହ୍ବାନକୁ ପୁଣି ଥରେ ଖାରଜ କରିଛି ଇସ୍ରାଏଲ୍ । ଯୁଦ୍ଧରେ ବିରତି ଲାଗିବ ନାହିଁ ବୋଲି କହିଛି । ଗାଜା ଗାଦିରେ ବସିଥିବା ହମାସକୁ ସମୂର୍ଣ୍ଣ ନିପାତ ନକରିବା ଯାଏଁ ଛଡ଼ାଯିବନାହିଁ । ପୂରା ଶକ୍ତି ସହିତ ଆଇଡିଏଫ ଗାଜା ଉପରେ ଆକ୍ରମଣ କରିଛି । ଏହାକୁ ଆହୁରି ଦ୍ରୁତ କରାଯିବ ଇସ୍ରାଏଲ୍ ପକ୍ଷରୁ ସ୍ପଷ୍ଟ କରାଯାଉଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ସମ୍ବାଦିକ ସମ୍ମିଳନୀ କରି ଆରବ ଦେଶର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି । ହମାସ୍ ସପକ୍ଷରେ ନଆସିବାକୁ ସେ କହିଛନ୍ତି ।

wp:embed {"url":"https://www.prameyanews7.com/leaders-of-muslim-countries-around-the-world-meet-in-riyadh-know-why/","type":"wp-embed","providerNameSlug":"prameya-news-7"}
https://www.prameyanews7.com/leaders-of-muslim-countries-around-the-world-meet-in-riyadh-know-why/
/wp:embed

ଇସ୍ରାଏଲ୍-ହମାସ ଯୁଦ୍ଧକୁ ୬ ସପ୍ତାହ ହେଲାଣି । ତଥାପି ଥମିବାର ନାଁ ଧରୁନାହିଁ ଯୁଦ୍ଧ । ଗାଜାକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣକୁ ଆଣାଯିବାକୁ ନେତାନ୍ୟାହୁ କହିଛନ୍ତି । ସେହିପରି ଲେବାନନର ହିଜବୁଲା ଆତଙ୍କୀ ସଂଗଠନଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବା ପାଇଁ ଆଇଡିଏଫ୍ ସକ୍ଷମ । ଗ୍ରାଉଣ୍ଡ ଆଟାକ୍ ସହିତ ହେଭି ଫାୟାର କରାଯାଉଛି ।

ରକେଟ୍ ମାଡ଼ ଛାରଖାର ହୋଇଛି ଗାଜାପଟ୍ଟା । ଧ୍ବଂସ ସ୍ତୁପରେ ପରିଣତ ହେଲାଣି । ଉଭୟ ପକ୍ଷରୁ ପ୍ରାୟ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଲେଣି । ସେହିପରି ୨ଲକ୍ଷରୁ ଅଧିକ ଲୋକ ବାସହରା ହୋଇଛନ୍ତି । ଅନ୍ୟପଟେ ହମାସ୍ ଆତଙ୍କୀ ଇସ୍ରାଏଲ ପଣବନ୍ଦୀଙ୍କୁ ନଛାଡ଼ିବା ଯାଏ ଲଢେଇ ଜାରି ରହିବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.