ଆଉ ଦିନକ ପରେ ନେତାଜୀ ଜୟନ୍ତୀ : କଟକରେ କେତେ କେତେ ନୂଆ କାର୍ଯ୍ୟକ୍ରମ

Published By : Prameya-News7 Bureau | January 21, 2019 IST

କଟକ୨୧|୧: ଆଉ ଦିନକ ପରେ ନେତାଜୀ ଜୟନ୍ତୀ ସେଥିପାଇଁ ସଜେଇ ହେଲାଣି କଟକ ନେତାଜୀ ସଦନ ଓ ସଂଗ୍ରହାଳୟ । ଚଳିତ ବର୍ଷ ନେତାଜୀଙ୍କ  ଓଡିଶା ସହ ସମ୍ପର୍କକୁ ନେଇ ପ୍ରସ୍ତୁତ ହୋଇଥିବା ନେତାଜୀ ଆଣ୍ଡ ଓଡିଶା ଉପରେ ରଚିତ ପୁସ୍ତକ ସହ ଓଡିଶାର ବରିଷ୍ଠ ବ୍ୟକ୍ତିଙ୍କ ସମ୍ପର୍କକୁ ନେଇ ଶୋଭା ପାଇବ ବିରଳ ଫଟୋ ତା ସହ ନେତାଜୀଙ୍କୁ  କାନଭାସରେ ଜୀବନ୍ତ କରିବା ପାଇଁ ଲଳିତ କଳା ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି….

{"id":76631}

ନବ ବଧୂ ବେଶରେ ସଜେଇ ହେଉଛି କଟକ ଓଡିଆ ବଜାର ସ୍ଥିତ ନେତାଜୀ ସଦନ ଓ ସଂଗ୍ରହାଳୟ । ପୁରା ବଗିଚା ଠାରୁ ଗ୍ୟାଲେରୀ ସବୁ କିଛି ଚମକୁଛି । ଚଳିତ ବର୍ଷ ନୂତନ ଭାବେ ଶୋଭା ପାଇବ ଓଡିଶା ଆଣ୍ଡ ନେତାଜୀଙ୍କୁ କିଛି ବିରଳ ଫଟୋ ସହ ଓଡିଶା ସମ୍ପର୍କିତ ନେତାଜୀଙ୍କ ତଥ୍ୟ । ସେହି ପୁସ୍ତିକା ଏବେ ଜନସାଧାରଣଙ୍କ ଦେଖିବା ପାଇଁ ରଖାଯିବ ଓ ପରେ ଏହା ବିକ୍ରି କରାଯିବ । ତା ସହ ନେତାଜୀ ଓଡିଶାର ଶଙ୍କରାଚାର୍ଯ୍ୟ,ହରେକୃଷ୍ଣ ମହତାବ ଭଳି ବହୁ ବରିଷ୍ଠ ବ୍ୟକ୍ତିଙ୍କ ସହ ଥିବା ଫଟୋ ମଧ୍ୟ ଗ୍ୟାଲେରୀରେ ଶୋଭା ପାଇବ । ତେବେ ଏଥି ପାଇଁ ସଂଗ୍ରହାଳୟର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟ ବୋଲି କହିଛନ୍ତି ନେତାଜୀ ସଂଗ୍ରହାଳୟରେ ଦାୟିତ୍ବରେ ଥିବା ଅଧିକାରୀ ।

{"id":76632}

କେବଳ ନେତାଜୀ ସଂଗ୍ରହାଳୟ ଯେ ପ୍ରସ୍ତୁତ ତା ନୁହେଁ ନେତାଜୀଙ୍କୁ ଜୀବନ୍ତ କରିବା ପାଇଁ ଲଳିତ କଳା ଏକାଡେମି ପକ୍ଷରୁ ଏକ ଚିତ୍ର କଳା ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଏଥିପାଇଁ ବିଭିନ୍ନ କଳା ଶିକ୍ଷା କେନ୍ଦ୍ରରୁ ଚିତ୍ରକର ମାନେ ଆସି ନେତାଜୀଙ୍କୁ ରୂପ ଦେବାରେ ବ୍ୟସ୍ତ । ତେବେ ଏହି ଚିତ୍ର ଶେଷ ହେବା ପରେ ନେତାଜୀ ଜୟନ୍ତୀ ଦିନ ଏହା ନେତାଜୀ ସଂଗ୍ରହାଳୟରେ ଶୋଭା ପାଇବ ବୋଲି ଆୟୋଜକ କହିଛନ୍ତି…ସେ ପଟେ ନେତାଜୀଙ୍କ ଚିତ୍ରକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଚିତ୍ର କର….

{"id":76633}

ଆସନ୍ତା ନେତାଜୀ ଜୟନ୍ତୀରେ ନେତାଜୀ ସଦରେ ମୂଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଯୋଗ ଦେଇ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି….

{"id":76634}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.