ନେତାଜୀ ଜୟନ୍ତୀ, ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଓଡ଼ିଆ ମାଟିର ପୁଅ ସତ୍ୟ ସୂତାର

Published By : Prameya-News7 Bureau | January 23, 2023 IST

ଭୁବନେଶ୍ବର୨୩।୦୧ : ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ  ଓଡ଼ିଶା ମାଟିର ପୁଅ ସତ୍ୟ ସୁତାର ଚଳିତ ବର୍ଷ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଗତ ବର୍ଷ  ଭିଏତନାମାରେ  ନେତାଜୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

ଚଳିତ ବର୍ଷ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମ୍ମୁଖରେ ଏହି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି l ସୁଭାଷ ବୋଷ ଚନ୍ଦ୍ର ବୋଷ ରୟାଲ ହୋଟେଲରେ ପାଖାପାଖି ତିନି ମାସ ରହି, ସେଠାରେ ଥିବା ଏକ ପଡିଆରେ  ଇଣ୍ଡିଆନ ନେସନାଲ ଆର୍ମିକୁ ଟ୍ରେନିଂ ଦେଉଥିଲେ l ଭାରତୀୟ ସମୟ ସକାଳ ୪ଟା ୩୦ମିନିଟ ସମୟରେ ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଦେଇଛନ୍ତି l

ସୂଚନା ଅନୁଯାୟୀ, ସତ୍ୟ ସୂତାର  ଓଡିଶା ଛାଡି ବିଦେଶ ଆସିବାର ପାଖା ପାଖି ୧୨ରୁ  ୧୩ବର୍ଷ ହୋଇ ଗଲେଣି। ନେତାଜୀଙ୍କ ଜୟନ୍ତୀରେ ନେତାଜୀ ଯେଉଁ ଦେଶ ଗୁଡ଼ିକୁ ଭାରତ ସ୍ୱାଧୀନ କରିବାକୁ ଯାଇଥିଲେ। ସେ ସେହି ଦେଶ ଗୁଡ଼ିକୁ ନେତାଜୀଙ୍କ ଜନ୍ମ ଦିନରେ ବିଦେଶ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇ ସେ ଚିନ୍ତା କରିଥିଲେ।  ସେଥିପାଇଁ  ନେତାଜୀ ଯେଉଁ ଦେଶ ଗୁଡିକୁ ଯାଇ ଭାରତକୁ ସ୍ୱାଧୀନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ସେ ସବୁ ଦେଶ ଗୁଡିକୁ ଯାଇ  ତାଙ୍କ ଜନ୍ମଦିନରେ ସୂତାର ଶ୍ରଦ୍ଧାଞ୍ଜଳୀ ଜଣାଇବା ଆରମ୍ଭ କରିଛନ୍ତି । ନେତାଜୀଙ୍କୁ ସମ୍ମାନ ଜଣେଇବା ପାଇଁ  ଗତ ବର୍ଷ ଠାରୁ ସେ ବିଦେଶ ମାଟିରେ ଏଭଳି ଅଭିଯାନ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.