ନେତାଜୀଙ୍କ ଜୟନ୍ତୀ ଅବସରରେ ନେତାଜୀ ମ୍ୟୁଜିୟମ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | January 23, 2019 IST

ଆଜି ଦେଶ ପାଳନ କରୁଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ ତମ ଜୟନ୍ତୀ। ଏହି ଅବସରରେ ଦିଲ୍ଲୀରେ ନେତାଜୀ ମ୍ୟୁଜିୟମର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ। ସେହିପରି କଟକରେ ମଧ୍ୟ ନେତାଜୀ ମ୍ୟୁଜିୟମରେ ନେତାଜୀଙ୍କର ଓଡ଼ିଶା ସହିତ ସଂପର୍କ ସଂବଳିତ ପୁସ୍ତକ ସ୍ଥାନ ପାଇବ।

{"id":77114}

୧୨୨ ବର୍ଷ ତଳେ। ୧୮୫୭ ଜାନୁଆରି ୨୩। କଟକ ସହରରେ ଆରମ୍ଭ ହୋଇଥିଲା ଏକ ଇତିହାସର ଯାତ୍ରା। ଏକ ଶିଶୁ, ଯିଏ କୁନିକୁନି ପାଦରେ ଏତେ ବାଟ ଚାଲିଥିଲା ତାର କଦମ ସହତ କଦମ ମିଶାଇ ଚାଲିଥିଲା ପୂରା ଭାରତ। ନେତା ଅନେକ କିନ୍ତୁ ନେତାଜୀ ଏକ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଆଜିର ଦିନରେ କଟକରେ ତାଙ୍କର ହୋଇଥିଲା ଜନ୍ମ। ଛୋଟ ବେଳ ଉଜ୍ଜ୍ବଳ ପ୍ରତିଭା ଥିବା ସୁଭାଷ ବିବେକାନନ୍ଦଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ।  ପାଠରେ ଆଗୁଆ ଥିବା ସୁଭାଷ ଆଇସିଏସରେ ପ୍ରଥମ ହୋଇଥିଲେ କିନ୍ତୁ ବ୍ରିଟିଶ ସରକାରଙ୍କ ଚାକିରୀକୁ ପ୍ରତ୍ୟାଖ୍ୟାନ କରିଥିଲେ। ୧୯୨୨ରେ କଂଗ୍ରେସରେ ଯୋଗ ଦେଲେ ସ୍ବରାଜ ନାମକ ସମ୍ବାଦପତ୍ର ଆରମ୍ଭ କଲେ। ଏପରିକି କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ, କୋଲକାତାର ମେୟର ନିର୍ବାଚିତ ହେଲେ କିନ୍ତୁ ଗାନ୍ଧିଜୀଙ୍କ ସହିତ ମତଭେଦ ଯୋଗୁଁ ସେ ଦେଶ ଛାଡ଼ିଥିଲେ। ଆଜାଦ ହିନ୍ଦ ଫୌଜ ଗଠନରେ ସାମିଲ ହେଲେ। ଭାରତ ବାହାରୁ ବ୍ରିଟିଶ ସରକାରକୁ ଆହ୍ବାନ ଦେଇଥିଲେ। ଡିସେମ୍ବର ୩୦ ୧୯୪୩ରେ ଆଣ୍ଡାମାନରେ ଭାରତୀୟ ପତାକା ଉଡ଼ିଲା।

{"id":77115}

ଯାହାର ୭୫ ବର୍ଷର ଇତିହାସକୁ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପରିକି ଆଣ୍ଡାମାନ ନିକୋବରର ଏକ ଦୀପକୁ ନାମିତ କରିଥିଲେ ସ୍ବରାଜ। ନେତାଜୀଙ୍କ ୧୨୨ ତମ ଜୟନ୍ତୀ ଅବସରରେ ଆଜି ଲାଲକିଲ୍ଲାରେ ନେତାଜୀଙ୍କ ମ୍ୟୁଜିୟମର ଅନାବରଣ କରାଯିବ। ଏହି ଲାଲକିଲ୍ଲାରେ ନେତାଜୀଙ୍କୁ ସମର୍ଥନ କରିଥିବା ସୈନିକଙ୍କୁ ଫାଶି ଦିଆଯାଇଥିଲା। ନେତାଜୀଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଡକ୍ୟୁମେଣ୍ଟସ ସାର୍ବଜନୀନ କରାଯାଇଛି। ତଥାପିବି ନେତାଜୀଙ୍କ ମୃତ୍ୟୁ ରହସ୍ୟ ଖୋଲିପାରିନି। ସେହିପରି ନେତାଜୀଙ୍କ ଜୟନ୍ତୀ ଅବସରରେ କଟକରେ ନେତାଜୀଙ୍କ ମ୍ୟୁଜିୟମ ସଜେଇ ହୋଇଛି। ଏଠାରେ ଆଜିଠାରୁ ସ୍ଥାନ ପାଇବ ଓଡ଼ିଶା ଆଣ୍ଡ ନେତାଜୀ ପୁସ୍ତକ। ଯେଉଁଥିରେ ନେତାଜୀଙ୍କର ହରେକୃଷ୍ଣ ମହତାବ ଏବଂ ଶଙ୍କରାଚାର୍ଯ୍ୟଙ୍କ ସହିତ ଫଟୋ ଓ ତଥ୍ୟ ଦେଖିବାକୁ ମିଳିବ।ସେହିପରି ପୁରୀ ଗୋପାଳ ବଲ୍ଲଭ ରୋଡରେମଧ୍ୟ ନେତାଜୀଙ୍କ ନାଁରେ ଥିବା ବାସଭବନରେ ମଧ୍ୟ ଖୋଲିଛି ନୂଆ ମ୍ୟୁଜିୟମ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.