scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯାତ୍ରୀଙ୍କୁ ଆକୃଷ୍ଟ କରୁଛି ନେତାଜୀ ବସ୍ ଟର୍ମିନାଲର ସୌନ୍ଦର୍ଯ୍ୟ, ମନ ମୋହୁଛି ଲୁହା ଓ ପଥରରେ ତିଆରି ଭାସ୍କର୍ଯ୍ୟ ଶିଳ୍ପର କାରୁକାର୍ଯ୍ୟ

25/09/2023 at 5:51 PM

କଟକ ୨୫/୦୯: କଟକ ନେତାଜୀ ବସ୍ ଟର୍ମିନାଲରେ ଯାତ୍ରୀଙ୍କ ମନକୁ ହରଣ କରୁଛି ଅଦରକାରୀ ଲୁହାରେ ତିଆରି ଓ ପଥରରେ ତିଆରି ଭାସ୍କର୍ଯ୍ୟ ଶିଳ୍ପ । ଏହାକୁ ନିର୍ମାଣ କରିବା ପାଇଁ ବେଶ୍ ପରିଶ୍ରମ ହୋଇଥିବା କଥା କହିଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ। କଟକରେ କାର୍ଯ୍ୟକ୍ଷମ ହୋଇଥିବା ନେତାଜୀ ବସ୍ ଟର୍ମିନାଲ ରେ ବଢୁଛି ଯାତ୍ରୀ ମାନଙ୍କର ଭିଡ ।

ପ୍ରତି ଦିନ ଏକ ହଜାରରୁ ଉର୍ଦ୍ଧ ବସ୍ ଆସୁଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିବା ରେ ଲାଗିଛି ବସ୍ ଟର୍ମିନାଲ ଭିତରେ ଲାଗିଥିବା ଲୁହା ରେ ତିଆରି ଭାସ୍କର୍ଯ୍ୟ ଶିଳ୍ପ। ଏହା ସହ ବାଲି ପଥର ଓ ପଥରରେ ତିଆରି ଶିଳ୍ପ ମଧ୍ୟ ଟର୍ମିନାଲ କୁ ଆସୁଥିବା ଯାତ୍ରୀ ମାନଙ୍କର ମନକୁ ହରଣ କରିବାରେ ଲାଗିଛି। ଏହା ସହ ଏହାକୁ ଏଠାରେ ସ୍ଥାପିତ କରିବା ଥିବା ଶିଳ୍ପୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଏହାକୁ ଲୋକଙ୍କ ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଛି ବୋଲି କହିଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ ରବି ରବି ନାରାୟଣ ରଥ ।

ସେପଟେ ବସ୍ ଟର୍ମିନାଲର ପ୍ରତ୍ୟେକ ବସ ରହଣୀ ସ୍ଥାନରେ ଇଂରାଜୀରେ ବସ୍‌ବେ ଲେଖା ଯାଇଥିବା ବେଳେ ତାହାକୁ ଓଡ଼ିଆରେ ଅନୁବାଦ କରାନଯାଇ ତାହାର ଓଡ଼ିଆ ଭାଷା ବସ୍‌ବେ ଲେଖା ଯାଇଛି । ଯାହା ଯାତ୍ରୀମାନଙ୍କୁ ମଧ୍ୟରେ ବେଶ୍ ଅସନ୍ତୋଷ ଦେଖାଦେଇଛି । ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯିବା ନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ରହିଥିବା ବେଳେ କଟକ ଉନ୍ନୟନ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏହାକୁ କିପରି ବେଖାତିର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

   Related Posts