Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ, ଶନିବାର ଏହାସହ ଆହୁରି ୧୩ଟି ପ୍ରକଳ୍ପକ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

15/09/2023 at 6:25 PM

କଟକ 13/09  : ଆସନ୍ତାକାଲି ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ।  ଅପରାହ୍ନ ସାଢେ ଚାରିଟାରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । ତା ସହିତ କଟକ ସହରରେ ଆହୁରି ୧୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଉଦଘାଟନୀ ଉତ୍ସବ ପାଇଁ ବସ୍ ଟର୍ମିନାଲ ପରିସରରେ ବିଶେଷ ବ୍ୟବସ୍ଥା ହୋଇଛି। ଆଜି ସେସବୁର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ। ବିଶେଷ କଥା ହେଲା , ଆସନ୍ତାକାଲିଠାରୁ ଟର୍ମିନାଲକୁ ଯାତ୍ରୀବାହୀ ବସ୍ ପ୍ରବେଶ କରିବ। କିନ୍ତୁ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାଲାଗି ଆହୁରି କିଛି ଦିନ ସମୟ ଲାଗିବ । କାରଣ ଟର୍ମିନାଲକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ନିର୍ମାଣ କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

ବସ ରହଣୀସ୍ଥଳ ଠାରୁ ଆରମ୍ଭ କରି ଯାତ୍ରୀ ବିଶ୍ରାମାଗାର ପର୍ଯ୍ୟନ୍ତ , ସବୁକିଛି ପ୍ରସ୍ତୁତ ହୋଇ ରହିଛି । କହିବାକୁ ଗଲେ କଟକ ନେତାଜୀ ବସ୍ ଟର୍ମିନାଲ ଏବେ ଯେମିତି ଯାତ୍ରୀଙ୍କ ଆଗମନକୁ ଅପେକ୍ଷା କରି ରହିଛି । ତେଣେ ଉଦଘାଟନୀ ପର୍ବ ଲାଗି ଟର୍ମିନାଲ ପରିସରରେ ବ୍ୟାପକ ଆୟୋଜନ ହୋଇଛି। କାରଣ ଆସନ୍ତାକାଲି ଲୋକାର୍ପିତ ହେବ ଏହି ପ୍ରତିକ୍ଷିତ ବସ୍ ଟର୍ମିନାଲ । ଅପରାହ୍ନ ସାଢେ ଚାରିଟାବେଳେ ମୁଖ୍ୟମନ୍ତ୍ରୀ ଏଠାରେ ପହଞ୍ଚି ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେହି ପ୍ରସ୍ତୁତି ପର୍ବକୁ ଚୂଡାନ୍ତ ରୂପ ଦେବାଲାଗି ଆଜି ଜିଲ୍ଲାର ପ୍ରାୟ ସମସ୍ତ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ଉପରେ ପହଞ୍ଚି ସବୁକିଛିର ତଦାରଖ କରିଛନ୍ତି। କେବଳ ବସ୍ ଟର୍ମିନାଲ ନୁହେଁ ବରଂ ଆସନ୍ତାକାଲି ଏକକାଳୀନ ୧୩ଟି ବୃହତ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।

ପ୍ରାୟ ୧୬ ଏକର ଜାଗାରେ ମୁଣ୍ତଟେକି ଠିଆ ହୋଇଛି ଏହି  ବସ ଟର୍ମିନାଲ  । କଟକ ଖାନ୍ନଗର ନିକଟରେ ନିର୍ମିତ ହୋଇଥିବା ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲରେ ଏକକାଳୀନ ୧୯୧ଟି ବସ୍ ରହିପାରିବ । ଯାତ୍ରୀମାନଙ୍କ ପାଇଁ  ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର , ଶୌଚାଳୟ , ସପିଂମଲ , ଟ୍ୟାକ୍ସି ଏବଂ ଅଟୋରିକ୍ସ ରହଣୀସ୍ଥଳ ସହିତ ହାଇଟେକ୍ ଭୋଜନାଳୟର ମଧ୍ୟ ସୁବିଧା ଏଠାରେ ଉପଲବ୍ଧ ହେବ । ଆହାର କେନ୍ଦ୍ର ଭିତରେ ମାଣ୍ତିଆ ଜାତୀୟ ଖାଦ୍ୟର ମଧ୍ୟ ମଜ୍ଜା ନେଇ ପାରିବେ ଯାତ୍ରୀ । କ୍ଷୁଦ୍ର ତଥା ମଧ୍ୟମ ବର୍ଗର  ବ୍ୟବସାୟୀଙ୍କ ଲାଗି ୩୦ ଟି ଦୋକାନ ଗୃହ ଆବଣ୍ଟନ କରାଯାଇ ସରିଛି ।  ଖାନ୍ନଗର , ବାଦାମବାଡି ଏବଂ ବେଲେଭ୍ୟୁ ଛକ ଆଡକୁ ୩ ଟି ବସରୁଟ୍ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି । ଯେଉଁ ରାସ୍ତା ଦେଇ ଯାତ୍ରୀବାହି ବସ ଗୁଡିକ ଭିନ୍ନ ଭିନ୍ନ ଦିଗରେ ଗତି କରିବେ । ତେବେ ବସ ଟର୍ମିନାଲ ବ୍ୟତିତ  ଛତ୍ରବଜାର ଅର୍ବାନ ହାଟ , ରୂପାନ୍ତରୀତ ହୋଇଥିବା ତାଳଦଣ୍ତା କେନାଲ ଭଳି ଏକାଧିକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଉଦଘାଟନ କରିବେ । ସେହିପରି କଟକ ସହରରେ ବସବାସ କରୁଥିବା ସ୍ପଳ୍ପ ଆୟକାରୀ ଲୋକଙ୍କ ଲାଗି ମଧ୍ୟ ସୁନ୍ଦର ଭେଟି ସାଙ୍ଗରେ ନେଇ ମୁଖ୍ୟମନ୍ତ୍ରୀ କଟକ ଆସୁଛନ୍ତି ବୋଲି ମେୟର କହିଛନ୍ତି ।

ବସ ଟର୍ମିନାଲକୁ ସଂଯୋଗ କରୁଥିବା  ରିଙ୍ଗ ରୋଡର ସମ୍ପ୍ରସାରଣ କାମ ଏବେ ଯୁଦ୍ଧାକାଳୀନ ଭିତ୍ତିରେ ଚାଲିଛି । ଯାହା ସମ୍ପୁର୍ଣ୍ଣ ହେବାକୁ ହୁଏତ ଆଉ କିଛିଦିନ ସମୟ ଲାଗିପାରେ । ସେହି କାମ ଶେଷ ହେବାପରେ ନେତାଜୀ ବସ ଟର୍ମିନାଲ ଶତପ୍ରତିଶତ ଭାବେ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇପାରେ ।

Also Read- ଦଶହରାରେ ରାଉସା ପାଟଣାରେ ଜମିବ ଏଥର କାଚର ମେଢ଼, ପ୍ରସ୍ତୁତି ଜୋରଦାର

   Related Posts