Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଟକ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟକ୍ଷମ, ବିଭିନ୍ନ ଦିଗକୁ ଗଡିଛି ବସ୍‌

17/09/2023 at 2:06 PM

କଟକ ୧୭।୦୯ : କାର୍ଯ୍ୟକ୍ଷମ ହେଲା କଟକ ସ୍ଥିତ ନେତାଜୀ ବସ୍‌ ଟର୍ମିନାଲ । ଶନିବାର ଦିନ ଏହା ଲୋକର୍ପିତ ହେବା ପରେ ପ୍ରଥମ ବସ୍‌ ପୁରୀକୁ ଗଡିଥିଲା । ଆଜିଠାରୁ ବସ୍‌ ଟର୍ମିନାଲଟି ଏକପ୍ରକାର ଚଳଚଞ୍ଚଳ ହୋଇଉଠିଛି । ତରମିନାଲରୁ ବିଭିନ୍ନ ଦିଗକୁ ଗଡିଛି ବସ୍‌ ।

ଖବର ଅନୁଯାୟୀ, ପ୍ରାୟ ୧୬ ଏକର ଜାଗାରେ ନିର୍ମାଣ ହୋଇଛି ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ । ଏହି ବସ୍‌ ଟର୍ମିନାଲରେ ଏକକାଳୀନ ୧୯୨ଟି ବସ୍‌ ରହିପାରିବ । ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ବିଶ୍ରାମାଗାର, ଶୌଚାଳୟ, ସପିଂ ମଲ୍, ଟ୍ୟାକ୍ସି ଏବଂ ଅଟୋ ରିକ୍ସା ଷ୍ଟାଣ୍ଡ ରହିଛି । ଏଥି ସହ ହାଇଟେକ୍‌ ଭୋଜନାଳୟର ମଧ୍ୟ ସୁବିଧା ପାଇପାରିବେ ଯାତ୍ରୀ । ଏଠାରେ ରହିଥିବା ଆହାର କେନ୍ଦ୍ର ଭିତରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ମଜା ନେଇପାରିବେ ଯାତ୍ରୀ । କ୍ଷୁଦ୍ର ତଥା ମଧ୍ୟମ ବର୍ଗର ବ୍ୟବସାୟୀଙ୍କ ଲାଗି ୩୦ଟି ଦୋକାନ ଗୃହ ରହିଛି ।

ଏହି ବସ୍ ଟର୍ମିନାଲରେ ବିଭିନ୍ନ ସ୍ଥାନରେ ଯାତ୍ରୀମାନଙ୍କ ବସିବା ପାଇଁ ୧୬୯୫ଟି ଚେୟାର ବ୍ୟବସ୍ଥା କରାଯାଇଥିବା ବେଳେ ରାତ୍ରିଯାପନ ପାଇଁ ୪ଟି ଡର୍ମିଟୋରିର ବ୍ୟବସ୍ଥା ହୋଇଛି । ଯେଉଁଥିରେ ୧୨୦ ଜଣ ଯାତ୍ରୀ ଶୋଇପାରିବେ । ୪୦ଟି ବ୍ଲକରେ ୧୨୨ଟି ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରାଯାଇଛି । ଏଥି ସହ ୨୪ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ଖାନନଗର, ବାଦାମବାଡ଼ି ଏବଂ ବେଲଭ୍ୟୁ ଛକ ଆଡ଼ୁ ୩ଟି ବସ୍‌ ରୁଟ୍‌ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଯେଉଁ ରାସ୍ତା ଦେଇ ଯାତ୍ରୀବାହୀ ବସ୍‌ଗୁଡ଼ିକ ଭିନ୍ନ ଭିନ୍ନ ଦିଗରେ ଯିବା ଆସିବା କରିବେ ।

   Related Posts