ଘୋଷଣା ହେଲା NEET ୨୦୨୪ ପରୀକ୍ଷା ତାରିଖ, ଜୁଲାଇ ତାରିଖରୁ ହେବ ଆରମ୍ଭ

Published By : Prameya-News7 Bureau | January 09, 2024 IST

ନୂଆଦିଲ୍ଲୀ: ନିଟ୍‌ ପିଜି ୨୦୨୪ ପରୀକ୍ଷା ତାରିଖ ଘୋଷଣା ହୋଇଛି। ପରୀକ୍ଷା ଆୟୋଜନ ୨୦୨୪ ଜୁଲାଇ ୭ରେ ହେବ। ପରୀକ୍ଷା କାର୍ଯ୍ୟକ୍ରମ ନାସନାଲ ବୋର୍ଡ ଅଫ୍‌ ଏଗଜାମିନେସନ ଇନ ମେଡିକାଲ ସାଇ​‌ନ୍ସେସ (ଏନବିଇଏମଏସ)ର ଅଫିସିଆଲ ଓ୍ବେବସାଇଟ୍‌ nbe.edu.in ଜାରି କରାଯାଇଛି।

ଖୁବଶୀଘ୍ର ରେଜିଷ୍ଟ୍ରେସନ ସିଡ୍ୟୁଲ ମଧ୍ୟ ଜାରି କରାଯିବ। ତେବେ କାଉନସେଲିଂ ଅଗ​‌ଷ୍ଟ ପ୍ରଥମ ସପ୍ତାହରେ ହେବ। ସୂଚନାଥାଉକି, ନାସନାଲ ଏକ୍ସିଟ୍‌ ଟେଷ୍ଟ (NeXT) ଚଳିତ ବର୍ଷ ଆୟୋଜିତ ହେବ ନାହିଁ। ଏନବିଇ ଏହାର ତାରିଖ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ଦେଶରେ ଧନୀ-ଗରିବଙ୍କ ମଧ୍ୟରେ ବ୍ୟବଧାନ କମୁଛି, ୫ ଲକ୍ଷରୁ ୧୦ ଲକ୍ଷ ବାର୍ଷିକ ଆୟ ଥିବା ଲୋକଙ୍କ ସଂଖ୍ୟା ବଢିଛି  

ସୂଚନାଥାଉକି, ନିଟ୍‌ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ବିଭିନ୍ନ ଏମଡି/ଏମଏସ ଏବଂ ଡିପ୍ଲୋମା ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏକକ ଏଣ୍ଟ୍ରାନ୍ସ ଭାବରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ। ତେବେ ଚଳିତ ସପ୍ତାହରେ ହିଁ ନିଟ ପିଜି ୨୦୨୪ ପାଇଁ ରେଜିଷ୍ଟ୍ରେସନ ଏବଂ କାର୍ଯ୍ୟସୂଚୀ ଜାରି ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.