Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୨୨-୨୩ ଆର୍ଥିକ ବର୍ଷରେ ବଢ଼ିଲା ପ୍ରତ୍ୟକ୍ଷ କର ସଂଗ୍ରହ, ସରକାରଙ୍କ ଅନୁମାନ ଠାରୁ ୨.୪୧ ଲକ୍ଷ କୋଟି ଅଧିକ

3/04/2023 at 9:44 PM

ନୂଆଦିଲ୍ଲୀ, ୦୩/୦୪: ଆର୍ଥିକ ବର୍ଷ ୨୦୨୨-୨୩ ରେ ବଢ଼ିଲା ପ୍ରତ୍ୟକ୍ଷ କର ସଂଗ୍ରହ। ଯାହାକି ସରକାରଙ୍କ ଅନୁମାନଠାରୁ ମଧ୍ୟ ଅଧିକ। ୨୦୨୨-୨୩ ରେ ଡାଇରେକ୍ଟ ଟ୍ୟାକ୍ସ (ପତ୍ୟେକ୍ଷ କର) ସଂଗ୍ରହ ସରକାରଙ୍କ ଅନୁମାନ ଠାରୁ ଅଧିକ ରହିଛି। ଅର୍ଥ ମନ୍ତ୍ରାଳୟ ଜାରି କରିଥିବା ତଥ୍ୟ ଅନୁଯାୟୀ, ୨୦୨୨-୨୩ ରେ ମୋଟ ପ୍ରତ୍ୟେକ୍ଷ କର (Net Direct collection) ସଂଗ୍ରହ ୧୬.୬୧ ଲକ୍ଷ କୋଟି ଟଙ୍କା ରହିଛି। ଯାହାକି ଗତ ଆର୍ଥିକ ବର୍ଷ ୨୦୨୧-୨୨ରେ ୧୪.୧୨ ଲକ୍ଷ କୋଟି ଟଙ୍କା ରହିଥିଲା। ଅର୍ଥ ମନ୍ତ୍ରାଳୟ ଅନୁଯାୟୀ ୨୦୨୨-୨୩ରେ ପ୍ରତ୍ୟେକ୍ଷ କର ସଂଗ୍ରହ ଗତବର୍ଷ ତୁଳନାରେ ୧୭.୬୩ ପ୍ରତିଶତ ଅଧିକ ରହିଛି।

ସେହିପରି, ୨୦୨୨-୨୩ ରେ ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ ୧୬.୬୧ ଲକ୍ଷ କୋଟି ଟଙ୍କା ରହିଛି ଯାହା ବଜେଟ୍‌ ଅନୁମାନ ଠାରୁ ୧୬.୯୭ ପ୍ରତିଶତ ବଢ଼ି ୨.୪୧ ଲକ୍ଷ କୋଟି ରହିଛି। ବଜେଟ୍‌ରେ ୧୪.୨୦ ଲକ୍ଷ କୋଟି ଟଙ୍କାର ଅନୁମାନ କରାଯାଇଥିଲା। ଯାହାକୁ ପରେ ସଂଶୋଧିତ କରାଯାଇ ୧୬.୫୦ ଲକ୍ଷ କୋଟି ରହିବା ନେଇ କୁହାଯାଇଥିଲା। କିନ୍ତୁ ୨୦୨୨-୨୩ ଆର୍ଥିକ ବର୍ଷରେ ପତ୍ୟକ୍ଷ କର ସଂଗ୍ରହ ବଜେଟ୍‌ ଅନୁମାନ ଠାରୁ ୧୬.୯୭ ପ୍ରତିଶତ ଅଧିକ ଏବଂ ସଂଶୋଧିତ ଅନୁମାନ ଠାରୁ ୦.୬୯ ପ୍ରତିଶତ ଅଧିକ ରହିଛି।

ସେହିପରି ୨୦୨୨-୨୩ ରେ ପ୍ରତ୍ୟେକ୍ଷ କର ସଂଗ୍ରହରେ ରିଫଣ୍ଡ ୧୯.୬୮ ଲକ୍ଷ କୋଟି ରହିଛି। ଯାହାକି ୨୦୨୧-୨୨ ରେ ୧୬.୩୬ ଲକ୍ଷ କୋଟି ଟଙ୍କା ଠାରୁ ୨୦.୩୩ ପ୍ରତିଶତ ଅଧିକ। କର୍ପୋରେଟ୍‌ ଟ୍ୟାକ୍ସ ସଂଗ୍ରହ ୨୦୨୨-୨୩ ରେ ୧୬.୯୧ ପ୍ରତିଶତ ବଢ଼ି ୧୦,୦୪,୧୧୮ କୋଟି ରହିଛି, ୨୦୨୧-୨୨ ରେ ୮.୫୮ କୋଟି ରହିଥିଲା।

ବ୍ୟକ୍ତିଗତ ଆୟ କର ସଂଗ୍ରହ ୨୦୨୨-୨୩ ରେ ଏସଟିଟିକୁ ଯୋଡ଼ିବା ପରେ ୯,୬୦,୭୬୪ କୋଟି ଟଙ୍କା ରହିଛି ଯାହାକ ୨୦୨୧-୨୨ ରେ ତୁଳନାରେ ୨୪.୩୩ ପ୍ରତିଶତ ଅଧିକ ରହିଥିଲା। ୨୦୨୧-୨୨ ରେ ବ୍ୟକ୍ତିଗତ କର ସଂଗ୍ରହରେ ୭,୭୩,୭୮୯ କୋଟି ଟଙ୍କା ରହିଥିଲା। ୨୦୨୨-୨୩ ରେ ଇନକମ୍ ଟ୍ୟାକ୍ସ ବିଭାଗ ୩,୦୭,୩୫୨ କୋଟି ଟଙ୍କା ରିଫଣ୍ଡ୍‌ ଜାରି କରିଥିଲା ଯାହା ୨୦୨୧-୨୨ ର ୨,୨୩,୬୫୮ କୋଟି ଟଙ୍କା ତୁଳନାରେ ୩୭.୪୨ କୋଟି ଟଙ୍କା ଅଧିକ।

   Related Posts