ଦାଦାର ବୋମାମାଡ଼ରେ ପୁତୁରାର ମୃତ୍ୟୁ, ପୋଲିସ୍‌ର ତନାଘନା

Published By : Prameya-News7 Bureau | October 04, 2022 IST

ପୁରୀ, ୦୪/୧୦: ଦାଦାର ବୋମାମାଡ଼ରେ ପୁତୁରାର ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ପଂଚାୟତର ନଈ ଭଂସର ଗ୍ରାମରେ ଘଟିଛି । ମୃତ ପୁତୁରାର ନାମ ତପନ କୁମାର ଦାସ ହୋଇଥିବା ବେଳେ ତାଙ୍କର ବୟସ ୪୭ କି ୪୮ ହେବ ବୋଲି ଜଣାପଡ଼ିଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିବା ବେଳେ ସେଠାରେ ତାଙ୍କର ମୃତଦେହ ରହିଛି ।
ମିଳିଥିବା ସୂଚନା ଅନୁସାରେ ତପନଙ୍କ ଉପରକୁ ତାଙ୍କ ଦାଦା ବିଦ୍ୟାଧର ଦାସ ବୋମା ଫିଙ୍ଗିଥିଲେ । ହେଲେ ସେ କେଉଁ କାରଣରୁ ଏପରି ଘଟଣା ଘଟାଇଲେ ତାହା ଅସ୍ପଷ୍ଟ ରହିଛି । ତେବେ ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ତନାଘନା ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.