ପୁତୁରାର ଗୁଳିମାଡରେ ଖୁଡି ଗୁରୁତର

Published By : Prameya-News7 Bureau | December 04, 2022 IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଦରପଡାରେ  ଗୁଳିକାଣ୍ଡ | ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ଗୁରୁତର ମହିଳା ହେଲେ ପଞ୍ଚାନନ ମହାପାତ୍ରଙ୍କ ସ୍ତ୍ରୀ ଅନିମା ମହାପାତ୍ର । ତାଙ୍କ ପୁତୁରା ଦେବପ୍ରକାଶ ଅନିମାଙ୍କ ଉପରକୁ ଗୁଳିଚାଳନା କରିଛନ୍ତି | ଏହାସହ ଗୁଳିକାଣ୍ଡ ଘଟାଇ ଦେବପ୍ରକାଶ ମହାପାତ୍ର ଫେରାର ହୋଇଛନ୍ତି | ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି | ଖବର ପାଇ ତରଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ଏପଟେ ଗୁରୁତର ଅବସ୍ଥାରେ ଅନିମାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହରେ ଗୁଳି ଥିବା ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.