ଦାଦାର ଶବଦାହ ସାରି ଫେରୁଥିବା ବେଳେ ଅଘଟଣ, ସ୍କୁଟିରୁ ପଡ଼ି ଚାଲିଗଲା ପୁତୁରାର ଜୀବନ

Published By : Prameya-News7 Bureau | June 13, 2022 IST

ଢେଙ୍କାନାଳ, ୧୩/୦୬: ମୃତ୍ୟୁ ଏମିତି ବି ଆସେ । ହୃଦ୍‌ଘାତରେ ମୃତ ଦାଦାର ଶବ ଦାହ କରି ମଶାଣୀରୁ ଫେରିବା ବେଳେ ଦୁର୍ଘଟଣାର ଶିକାର ହେଲା ପୁତୁରା । ଫଳରେ ପୁତୁରାର ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓ କାଟେଣୀ ଗ୍ରାମରେ । ଗୋଟିଏ ଦିନରେ ଦାଦା ପୁରୁରାଙ୍କ ଏପରି ଅକାଳ ବିୟୋଗରେ ପରିବାର ସହ ଗ୍ରାମବାସୀ ମର୍ମାହତ ହୋଇପଡିଥିବାବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପୁତୁରା କନ୍ତିଓକାଟେଣି ଗ୍ରାମର ଲମ୍ବୋଦର ସାହୁ । ମୃତ ଲମ୍ବୋଦରଙ୍କ ଦାଦା ଗୁଣ୍ଡିଚା ସାହୁଙ୍କର ଆଜି ହୃଦଘାତରେ ମୃତ୍ୟୁ ହୋଇଥିଲା । ମଶାଣିରେ ତାଙ୍କର ଅନ୍ତ୍ୟୋଷ୍ଟି କ୍ରିୟା ବା ଶବଦାହ ପରେ ଲମ୍ବୋଦର ତାଙ୍କର ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ତେବେ ବାଟରେ ଅସବଧାନତା ବଶତଃ ସେ ସ୍କୁଟିରୁ ଖସିପଡିଥିଲେ ବୋଲି ତାଙ୍କର ସମ୍ପର୍କୀୟ ପ୍ରକାଶ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.