ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଫେସ୍‌ବୁକ୍‌ ଅପଡେଟ୍‌ କରିବାକୁ ନେଇଥିଲା ମୋବାଇଲ୍‌, ଖୁଡୀର ନଗ୍ନ ଫଟୋ ଭାଇରାଲ୍‌ କରିଦେଲା ପୁତୁରା

19/10/2022 at 6:48 PM

ଆନନ୍ଦପୁର, ୧୯/୧୦: ଫେସବୁକ୍ ଆପ୍ ଅପଡେଟ୍ କରିବାକୁ ମୋବାଇଲରେ ରହିଥିବା ଖୁଡୀଙ୍କର ନଗ୍ନ ଫଟୋକୁ ଭାଇରାଲ କରି ଏବେ ଗିରଫ ହୋଇଛି ପୁତୁରା । ଆପ୍‌ ଅପଡେଟ୍‌ କରିବାକୁ ଖୁଡ଼ୀ ପୁତରାକୁ ନିଜ ମୋବାଇଲ ଦେଇଥିବା ବେଳେ ସେ ଏପରି କାଣ୍ଡ ଘଟାଇଥିଲା । ଆନନ୍ଦପୁର ଥାନା ଭାଲୁଘେରା ଗାଁରେ ଏଭଳି ଘଟଣା ଘଟିଥିବାବେଳେ ଅଭିଯୁକ୍ତ ପୁତୁରାକୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରିଛି ପୋଲିସ୍ ।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ବିଜୟ ଖୁଡୀର ମୋବାଇଲ ପାଇବାପରେ ଫେସବୁକ ଆପକୁ ଠିକ୍ କରିବା ସହିତ ବିଭିନ୍ନ ଆପ୍‌ ଖୋଲିଥିଲା । ପରେ ଡିଲିଟ୍ ହୋଇ ରିସାଇକେଲବିନରେ ଥିବା ଖୁଡୀଙ୍କର ଏକ ନଗ୍ନ ଫଟୋକୁ ରିଷ୍ଟୋର କରିଥିଲା । ପରେ ଏହି ଫଟୋକୁ ନେଇ ଖୁଡୀଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ସେ ଫଟୋକୁ ଭାଇରାଲ୍‌ କରିଥିବା ଜଣାପଡ଼ିଛି । ଗତ ୧୭ ତାରିଖରେ ଖୁଡୀଙ୍କ ମୋବାଇଲ୍ ଫୋନରେ ମିଶନ ଶକ୍ତି ନାମକ ହ୍ୱାଟ୍ସଆପ ଗୃପରେ ତାଙ୍କର ନଗ୍ନ ଫଟୋକୁ ପୋଷ୍ଟ କରିଦେଇଥିଲା ଅଭିଯୁକ୍ତ ପୁତୁରା । ଉକ୍ତ ଗୃପରେ ୨୦୦ ସଦସ୍ୟ ରହିଥିବାବେଳେ ସେମାନଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣି ଏଫଆଇଆର ରୁଜୁ କରିଥିଲେ ପୀଡ଼ିତା ।

   Related Posts