ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ନେପାଳର ମେଣ୍ଟ ସରକାରରେ ବିବାଦ, ସରକାରରୁ ଅଲଗା ହେଲା RSP

5/02/2023 at 9:11 PM

ନୂଆଦିଲ୍ଲୀ: ନେପାଳରେ ପ୍ରଧାନମନ୍ତ୍ରୀ ପୁଷ୍କ କମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ୱାଧିନ ମେଣ୍ଟ ସରକାରରେ ବିବାଦ ବଢିବାରେ ଲାଗିଛି । ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ଆରଏସପି) ରବିବାର ମେଣ୍ଟ ସରକାରରୁ ଅଲଗା ହେବା ନେଇ ଘୋଷଣା କରିଛି । ଆରଏସପି ଅଧ୍ୟକ୍ଷ ରବି ଲାମିଛାନେଙ୍କୁ ଗୃହମନ୍ତ୍ରୀ ରୂପେ ସ୍ୱୀକାର କରିବାକୁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ମନା କରିଥିଲେ । ଏହାପରେ ମେଣ୍ଟ ସରକାରରୁ ଅଲଗା ହେବା ପାଇଁ ପାର୍ଟି ନିଷ୍ପତ୍ତି ନେଇଛି ।

ଆରଏସପିର କେନ୍ଦ୍ରୀୟ କମିଟିର ସଦସ୍ୟ ଏବଂ ସାଂସଦଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ୪୮ ବର୍ଷୀୟ ଲାମିଛାନେ ଗତ ବର୍ଷ ନଭେମ୍ୱରରେ ହୋଇଥିବା ନିର୍ବାଚନ ସମୟରେ ନିର୍ବାଚିତ ହୋଇଥିଲେ । ରିପୋର୍ଟ ଅନୁସାରେ, ନେପାଳ ସୁପ୍ରିମକୋର୍ଟ ଜାନୁଆରୀ ୨୭ରେ ଏକ ରାୟ ଦେଇଥିଲେ, ଯାହା ପରେ ଲାମିଛାନେଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । ସଂସଦୀୟ ନିର୍ବାଚନ ଲଢିବା ପାଇଁ ଲାମିଛାନେ ଯେଉଁ ନାଗରିକତା ପ୍ରମାଣପତ୍ର ଦାଖଲ କରିଥିଲେ, ତାହା ଅମାନ୍ୟ ହୋଇଥିଲା ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ରବି ଲାମିଛାନେଙ୍କୁ ନିଜ ମନ୍ତ୍ରିମଣ୍ଡଳରୁ ହଟାଇ ଦେଇଥିଲେ । ଏହାସହ ତାଙ୍କୁ ଆରଏସପି ଅଧ୍ୟକ୍ଷ ପଦ ମଧ୍ୟ ହରାଇବାକୁ ପଡିଥିଲା, କାରଣ ଏହି ପଦରେ ରହିବା ପାଇଁ ନେପାଳ ନାଗରିକ ହେବା ବାଧ୍ୟତାମୂଳକ ଅଟେ । ରିପୋର୍ଟ ଅନୁସାରେ ଜାନୁଆରୀ ୨୯ରେ ଲାମିଛାନେ ପୁଣି ଥରେ ନାଗରିକତା ହାସଲ କରିବା ପରେ ପିଏମ ପ୍ରଚଣ୍ଡଙ୍କୁ ଭେଟିଥିଲେ ଏବଂ ପୁଣି ମନ୍ତ୍ରୀ ପଦରେ ନିଯୁକ୍ତି ଦେବା ପାଇଁ ଦାବି କରିଥିଲେ । କିନ୍ତୁ ପ୍ରଚଣ୍ଡ ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେବାକୁ ମନା କରି ଦେଇଥିଲେ ।

ଲାମିଛାନେ ଗତ ଡିସେମ୍ୱର ୨୬ରେ ଦେଶର ଉପ-ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ନିଯୁକ୍ତ ହୋଇଥିଲେ । ଲାମିଛାନେଙ୍କ ଆରଏସପି ଗତ ବର୍ଷ ନେପାଳରେ ହୋଇଥିବା ସଂସଦୀୟ ନିର୍ବାଚନରେ ୨୦ ଆସନ ଜିତି ସଂସଦରେ ଚତୁର୍ଥ ସବୁଠୁ ବଡ଼ ଦଳ ହୋଇଥିଲା । ଆରଏସପି ମେଣ୍ଟରୁ ଅଲଗା ହେବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ସରକାର ଉପରେ କୌଣସି ପ୍ରଭାବ ପଡିବ ନାହିଁ । ରିପୋର୍ଟରେ କୁହାଯାଇଛି ଯେ ଆରଏସପି ନିଜ ମନ୍ତ୍ରୀଙ୍କୁ ସରକାରରୁ ହଟାଇ ନେଇଛି, କିନ୍ତୁ ସରକାରଙ୍କ ସମର୍ଥନ କରିବା ଜାରି ରଖିବ ।  

   Related Posts