କୂଟନୈତିକ ସଂସ୍କାର କରିବ ନେପାଳ, ଆଉ ଚାଲ ଚଲେଇପାରିବନି ଚୀନ୍

Published By : Prameya-News7 Bureau | August 27, 2020 IST

କାଠମାଣ୍ଡୁ ୨୭।୮: ନେପାଳ ଏବେ ଗୁରୁତର ରାଜନୈତିକ ସଂକଟ ଦେଇ ଗତି କରୁଛି। ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କ୍ଷମତାକୁ ନେଇ ଛକାପଞ୍ଝା ଲାଗି ରହିଛି। ଏଥିରେ ନେପାଳରେ ଅବସ୍ଥାପିତ ଚୀନ ରାଜଦୂତ ହୋଉ ୟାଙ୍ଗକୀ  ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦେଶର ରାଜନୀତିରେ ୟାଙ୍ଗକୀ ସିଧା ହସ୍ତକ୍ଷେପ କରୁଥିବା  ଅଭିଯୋଗ ହେଉଛି। ଏଣୁ ଦେଶର ରାଜନୀତିରେ ଚୀନ୍‌ ହସ୍ତକ୍ଷେପ ହ୍ରାସ ଲାଗି ନେପାଳ ସରକାର ଏବେ ଚିନ୍ତା କରୁଛନ୍ତି।

wp:html /wp:html

ମିଳୁଥିବା ସୂଚନା ଅନୁସାରେ ନେପାଳ ବୈଦେଶିକ ମନ୍ତ୍ରାଳୟ କୂଟନୈତିକ ସଂସ୍କାର ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିରେ ଅନ୍ୟ ଦେଶଙ୍କ ଭଳି ନେପାଳ ମଧ୍ୟ ଡିପ୍ଲୋମାଟିକ କୋଡ ଅଫ କଣ୍ଡକ୍ଟ ଲାଗୁ କରିବା ଲାଗି ବିଚାର କରୁଥିବାର ଜଣାପଡିଛି। କୂଟନୀତିଜ୍ଞଙ୍କ ଲାଗି ନୀତିନିୟମ ଲାଗୁ ହେବା ପରେ କୌଣସି ଦେଶର ରାଷ୍ଟ୍ରଦୂତ ନିଜ ଇଛାରେ କୌଣସି ମନ୍ତ୍ରୀ ଅଥବା ଦଳୀୟ ନେତାଙ୍କୁ ଭେଟି ପାରିବେନି। ଏଥିରେ ନେପାଳ ଶାସନରେ ଦଖଲ ଦେଉଥିବା ଚୀନ୍‌ ର ଚାଲ ମଧ୍ୟ ଆଉ ଚାଲିବନି ବୋଲି ଆକଳନ କରାଯାଉଛି।

{"id":321247,"sizeSlug":"large"}

ନିକଟରେ ନେପାଳ ଦେଶର ମାନଚିତ୍ର ସଂଶୋଧନ କରିଥିଲା। ଏଥିରେ ଭାରତ ଓ ନେପାଳ ସମ୍ପର୍କରେ ତିକ୍ତତା ଉପୁଜିଥିଲା। ଚୀନ୍‌ ରାଷ୍ଟ୍ରଦୂତ ୟାଙ୍ଗକୀଙ୍କ ଚାଲରେ ଚାଲି ଓଲି ସରକାର ଏପରି କାଣ୍ଡ ଭିଆଇଥିଲେ ବୋଲି ଏବେ ଜଣାପଡିଲାଣି।ଏଣୁ ଡିପ୍ଲୋମାଟିକ କୋଡ ଏଣ୍ଡ କଣ୍ଡକ୍ଟ ପରିବର୍ତ୍ତନ ଲାଗି ବୈଦେଶିକ ମନ୍ତ୍ରାଳୟ ଆବଶ୍ୟକ ପଦକ୍ଷେପ ନେଇଛନ୍ତି।

{"id":321251,"sizeSlug":"large"}

ଭାରତ ବିରୋଧୀ ପଦକ୍ଷେପ ପରେ ଓଲି ସରକାର ଦଳରେ ଓ ଦଳ ବାହାରେ ପ୍ରବଳ ଚାପର ସମ୍ମୁଖୀନ ହୋଇଥିଲେ। ଏହା ସତ୍ତ୍ୱେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ରଖିବା ଲାଗି ୟାଙ୍ଗକୀ ଆକାଶ ପାତାଳ ଏକ କରି ଦେଇଥିଲେ। ଏପରିକି ୟାଙ୍ଗକୀ ବିନା ପ୍ରୋଟକଲରେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଯାହା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସରକାରଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା। ହେଲେ ଏବେ କୋଡ ଅଫ କଣ୍ଡକ୍ଟ ଲାଗୁ ହେଲେ କୌଣସି ଦେଶର ରାଷ୍ଟ୍ରଦୂତ ବିନା ପ୍ରୋଟକଲରେ କାହାକୁ ବି ଭେଟିବାର ଅନୁମତି ପାଇବେ ନାହିଁ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.