WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନେପାଳରେ ରଦ୍ଦ ହେଲା ତିନି ତଲାକ, ଅଦାଲତରେ କମ୍ପିଲା ଭାରତୀୟ ସୁପ୍ରିମକୋର୍ଟଙ୍କ ରାୟ

27/09/2023 at 7:53 PM

ନୂଆଦିଲ୍ଲୀ: ନେପାଳ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମକୋର୍ଟ ଇସଲାମ ସମୁଦାୟରେ ତିନି ତଲାକ ପ୍ରଥାକୁ ମାନ୍ୟତା ଦିଆଯାଇପାରିବନାହିଁ ବୋଲି କହିଛନ୍ତି । ଅଦାଲତ ନିଜ ନିଷ୍ପତ୍ତିରେ କହିଛନ୍ତି ନେପାଳର ବର୍ତ୍ତମାନର ଆଇନ ଅନୁଯାୟୀ ତଲାକ ବ୍ୟତୀତ ଅନ୍ୟ ପରମ୍ପରା ଏବଂ କୌଣସି ସଂପ୍ରଦାୟ ବିଶେଷର ବ୍ୟବସ୍ଥାକୁ ସ୍ବୀକାର କରାଯାଇପାରିବ ନାହିଁ। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଇସଲାମିକ୍ ସରିଆ ଆଇନ ଆଧାର​‌ରେ ଦିଆଯାଇଥିବା ତଲାକ ମହିଳାଙ୍କ ସହ ଅନ୍ୟାୟ।

ଏକ ମାମଲାରେ ଦାୟର ରିଟ୍‌ ପିଟିସନ ଉପରେ ନିମ୍ନ ଅଦାଲତଙ୍କ ନିଷ୍ପତ୍ତିର ଶୁଣାଣି କରି ସୁପ୍ରିମକୋର୍ଟ ତଲାକ ଏବଂ ବହୁବିବାହରେ ଭେଦଭାବ ହେବା କଥା ସ୍ପଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି ବହୁବିବାହ କରିବା ନେପାଳରେ ଆଇନତଃ ଅପରାଧ ଏବଂ ଇସଲାମିକ୍‌ ମାନ୍ୟତା ଆଧାର​‌ରେ ତଲାକ ପରେ ହେଉଥିବା ବିବାହ ବହୁବିବାହ ଧରାଯିବ। ଅଦାଲତ କହିଛନ୍ତି କୁରାନରେ ମହିଳାଙ୍କ ସହ ଭେଦଭାବ କରିବା ଏବଂ ପୁରୁଷଙ୍କୁ ବିଶେଷାଧିକାର ଦେବା କଥା କେଉଁଠାରେ ବି ଲେଖାଯାଇନାହିଁ ଏଥିପାଇଁ ତିନି ତଲାକ ପ୍ରସଙ୍ଗ ହିଁ ଭୁଲ୍‌। ସୁପ୍ରିମକୋର୍ଟ ବିଚାରପତି ଟଙ୍କ ବହାଦୂର ମୋକ୍ତାନ ଏବଂ ହରିପ୍ରସାଦ ଫୁୟାଲଙ୍କ ମିଳିତ ପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ଆହୁରି ପଢ଼ନ୍ତୁ: କଲେଜିୟମକୁ ନେଇ ସରକାରଙ୍କ ଉପରେ ପୁଣି ଅସନ୍ତୁଷ୍ଟ ସୁପ୍ରିମକୋର୍ଟ, କହିଲେ- କାହିଁକି ଅଟକାଇଛନ୍ତି ୮୦ ଫାଇଲ୍‌ ?

ଏହି ସମୟରେ ଖଣ୍ଡପୀଠ ଭାରତର ସୁପ୍ରିମକୋର୍ଟଙ୍କ ଦ୍ବାରା ତିନି ତଲାକକୁ ନେଇ ଦିଆଯାଇଥିବା ନିଷ୍ପତ୍ତିର ମଧ୍ୟ ଉଲ୍ଲେଖ କରିଥିଲେ। ନେପାଳ ସୁପ୍ରିମକୋର୍ଟ କହିଛନ୍ତି ଯେ, ଭାରତର ସୁପ୍ରିମକୋର୍ଟ ମଧ୍ୟ ତିନି ତଲାକୁ ଅସମ୍ବିଧାନିକ ଘୋଷଣା କରିଛନ୍ତି। ସେହି ନିଷ୍ପତ୍ତି ଆଧାରରେ ନେପାଳର ସୁପ୍ରିମକୋର୍ଟ ମଧ୍ୟ ‘ତଲାକ-ଏ-ବିଦ୍ଦତ’ ପ୍ରସଙ୍ଗକୁ ଏକ ଅପରାଧିକ କାମ ମାନିଛନ୍ତି ଏବଂ ଏହାକୁ ଅବୈଧ ଘୋଷଣା କରିଛନ୍ତି।

   Related Posts