ନେପାଳରୁ ବିଜୁଳି କିଣିଲା ଭାରତ

Published By : Prameya-News7 Bureau | May 27, 2023 IST

ଭାରତକୁ ବିଜୁଳି ରପ୍ତାନୀ କଲା ନେପାଳ
ମୌସୁମୀ ପୂର୍ବରୁ ନେପାଳରେ ଅତ୍ୟଧିକ ଉତ୍ପାଦନ ହେଉଛି ବିଜୁଳି
କିଛି ବର୍ଷ ପୂର୍ବେ ଭାରତ ଠାରୁ କିଣୁଥିଲା ଆଜି ବିକୁଛି

କାଠମାଣ୍ଡୁ: ଶନିବାର(ମେ ୨୭) ଠାରୁ ନେପାଳ ଭାରତକୁ ବିଦ୍ୟୁତ ରପ୍ତାନୀ କରିବା ଆରମ୍ଭ କରିଛି। ହିମାଳୟର ଦେଶ ନେପାଳରେ ମୌସୁମୀ ଆସିବା ପୂର୍ବରୁ ‘ରନ୍‌ ଅପ୍‌ ଦ ରିଭର’ ପ୍ରକଳ୍ପରୁ ହାଇଡ୍ରୋଇଲେକ୍ଟ୍ରିସିଟି ଉତ୍ପାଦନ ବଢ଼ିଥିବାରୁ ପଡ଼ୋଶୀ ଭାରତକୁ ବିଦ୍ୟୁତ ବିକ୍ରି କରିବା ଆରମ୍ଭ କରିଛି ନେପାଳ।

ଏନେଇ ନେପାଳ ବିଦ୍ୟୁତ ପ୍ରାଧିକରଣ ପ୍ରବକ୍ତା ସୁରେଶ ଭଟ୍ଟରାୟ କହିଛନ୍ତି “ ଦେଶରେ ବିଦ୍ୟୁତ ଉତ୍ପାଦନ ବଳକା ହେବାରୁ ଶନିବାର ଠାରୁ ଆମେ ଭାରତକୁ ୬୦୦ ମେଗାୱାଟ୍ ଆୱର ଇଲେକ୍ଟ୍ରିସିଟି ବିକ୍ରି କରିବା ଆରମ୍ଭ କରିଛୁ।” ଗତବର୍ଷ ମଧ୍ୟ ନେପାଳ ଜୁନରୁ ନଭେମ୍ବର ପର୍ଯ୍ୟନ୍ତ ଭାରତକୁ ବିଦ୍ୟୁତ ବିକ୍ରି କରିଥିଲା। ଚଳିତ ବର୍ଷ ମେରୁ ରପ୍ତାନୀ କରିବା ଆରମ୍ଭ କରିଦେଇଛି।

Nepal Seeks Permission To Export Additional 111 MW Electricity To India

ସୂଚନା ଥାଉକି କିଛି ବର୍ଷ ପୂର୍ବେ ନେପାଳ ତାର ଘରୋଇ ଚାହିଦା ପୂରଣ କରିବା ପାଇଁ ଭାରତ ଠାରୁ ୪୦୦ ମେଗାୱାଟ ବିଦ୍ୟୁତ କିଣୁଥିଲା। ହେଲେ ଆଜି ସ୍ଥିତି ଓଲଟା ହୋଇଇଛି। ଭାରତ ନେପାଳ ଠାରୁ ବିଦ୍ୟୁତ କିଣୁଛି। ଗତ ବର୍ଷ ନେପାଳ ଭାରତକୁ ବିଦ୍ୟୁତ ବିକ୍ରି ୧୨ ବିଲିୟନ ଟଙ୍କା ଆୟ କରିଥିଲା।

ଭାରତରେ ସାଧାରଣତଃ ଶୀତଦିନରେ ବିଦ୍ୟୁତର ଚାହିଦା ହ୍ରାସ ହୋଇଥାଏ। ହେଲେ ନେପାଳରେ ସ୍ଥିତି ଓଲଟା। ହିମାଳୟ ପାଦ ଦେଶରେ ଥିବା ଏହି ଦେଶରେ ଶୀତଦିନରେ ବିଦ୍ୟୁତର ଚାହିଦା ବଢ଼ିଥାଏ, ଆଉ ଗରମ ଦିନରେ ରପ୍ତାନୀ ବଢ଼ିଥାଏ। ନେପାଳରେ ଥିବା ଅଧିକାଂଶ ଜଳିବିଦ୍ୟୁତ ପ୍ରକଳ୍ପ ରନ୍‌ ଓଭର ଦ ରିଭର ଉପରେ ପର୍ଯ୍ୟବେଶିତ।

Nepal PM Prachanda to embark on 4-day official visit to India on May 31

ନେପାଳ ଓ ଭାରତ ମଧ୍ୟରେ ଜଳ ଶକ୍ତିକୁ ନେଇ ହେଇପାରେ ଚୁକ୍ତି

ମେ ୩୧ ତାରିଖରେ ନେପାଳ ପ୍ରଧାନମନ୍ତ୍ରୀ  ପୁଷ୍ପା କମଳ ଦହଲ ପ୍ରଚଣ୍ଡ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲି ଆସିଥିବା ସମସ୍ୟାଗୁଡ଼ିକ ବିଷୟରେ ଦ୍ୱିପାଖିକ ଆଲୋଚନା ହେବାର ଅଛି। ନେପାଳ ଖବରକାଗଜ କାଠମାଣ୍ଡୁ ପୋଷ୍ଟର ସୂଚନା ଅନୁସାରେ ଦୁଇ ଦେଶ ମଧ୍ୟରେ ୬ଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇପାରେ। ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସୂଚନା ଅନୁସାରେ ଏହି ଚୁକ୍ତି ଶବ ଜଳ ଓ କୃଷିକୁ ନେଇ ହୋଇପାରେ। ଶକ୍ତି ବିଭାଗକୁ ନେଇ ଚୁକ୍ତି ହୋଇପାରେ ବୋଲି କାଠମାଣ୍ଡୁ ପୋଷ୍ଟରେ ଖବର ପ୍ରକାଶ ପାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.