ବିମାନଗୁଡିକ ପାଇଁ କାଳ ନେପାଳର ଆକାଶମାର୍ଗ ? ୧୦ ବର୍ଷରେ ଡର୍ଜନରୁ ଅଧିକ ଦୁର୍ଘଟଣା

Published By : Prameya-News7 Bureau | January 15, 2023 IST

ନୂଆଦିଲ୍ଲୀ: ନେପାଳର ଏକ ଯାତ୍ରୀ ବିମାନ ଖୋପରା ବିମାନ ବିନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ପାଞ୍ଚ ଭାରତୀୟ ଏବଂ ୧୦ ଅନ୍ୟ ବିଦେଶୀ ନାଗରିକଙ୍କ ସହ ମୋଟ ୭୨ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ନେପାଳର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି ଯେ ୟତି ଏୟାରଲାଇନ୍ସର ୯ଏନ-ଏଏନସି ଏଟିଆର-୭୨ ବିମାନ ସକାଳ ୧୦ଟା ୩୩ ମିନିଟରେ କାଠମାଣ୍ଡୁର ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ଉଡାନ ଭରିଥିଲା ଏବଂ ପୋଖରାରେ ଦୁର୍ଘଟଣାର ଶିକାର ହୋଇଥିଲା । ପୋଖରା ଏହି ହିମାଳୟ ଦେଶର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ।

ଦୁଇ ମାସ ପୂର୍ବେ, ଥାଇ ଏୟାରୱେଜର ଏକ ବିମାନ ଏହି ବିମାନ ବନ୍ଦର ନିକଟରେ ଦୁର୍ଘଟଣା ହୋଇଥିଲା । ଏଥିରେ ୧୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ମଧ୍ୟ ନେପାଳରେ ଅନେକ ବିମାନ ଦୁର୍ଘଟଣା ଘଟିସାରିଛି ।  

ନେପାଳରେ କେବେ-କେବେ ହୋଇଛି ବିମାନ ଦୁର୍ଘଟଣା ?

୨୦୨୨ ମଇ: ନେପାଳ ଏୟାରଲାଇନ୍ସ ତାରା ଏୟାର ଦ୍ୱାରା ପରିଚାଳିତ ଏକ ବିମାନ ୯N-AETର ଦୁର୍ଘଟଣାର ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୪ ଜଣ ଭାରତୀୟ ଥିଲେ ।

୨୦୧୯ ଏପ୍ରିଲ: ସୁଲୋଖୁମ୍ୱୁ ଜିଲ୍ଲାର ଲୁକଲା ଏୟାରପୋର୍ଟରେ ଏକ ବିମାନ ଦୁର୍ଘଟଣା ହୋଇଥିଲା । ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ।

୨୦୧୯ ଫେବ୍ରୁଆରୀ: ଟେପଲଜଙ୍ଗର ପଥିଭରନ ନିକଟରେ ଏକ ହେଲିକପ୍ଟର କ୍ରାଶ ହୋଇଥିଲା, ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ କେନ୍ଦ୍ର ମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।

୨୦୧୮ ସେପ୍ଚେମ୍ୱର: ଗୋରଖାରୁ କାଠମାଣ୍ଡୁ ଯାତ୍ରା କରୁଥିବା ହେଲିକପ୍ଟର ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ଜାପାନ ନାଗରିକଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

୨୦୧୮ ମାର୍ଚ୍ଚ: ୟୁଏସ-ବାଂଲା ଏୟାରଲାଇନ୍ସର ଏକ ବିମାନ କାଠମାଣ୍ଡୁର କୁଖ୍ୟାତ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ମୋଟ ୫୧ ଜଣଙ୍କ ଜୀବନ ଯାଇଥିଲା ।

 ୨୦୧୬ ଫେବ୍ରୁଆରୀ: ପୋଖରାରୁ ଜୋମସୋମା ଯାତ୍ରା କରୁଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସମସ୍ତ ୨୩ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଖରାପ ପାଣିପାଗ ପରେ ବି ବିମାନ ଚାଳକ ବାଦଲ ଭିତର ଦେଇ ବିମାନକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲେ, ଫଳରେ ଦୁର୍ଘଟଣା ଘଟିଥିଲା ।

୨୦୧୫ ମଇ: ଭୂମିକମ୍ପ ପରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଆମେରିକୀୟ ସେନାର ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା, ଏଥିରେ ୬ ଆମେରିକାୟୀ ସୈନ୍ୟ, ଦୁଇ ନେପାଳି ଆର୍ମି ଅଫିସର ଏବଂ ୫ ଜଣ ସାଧାରଣ ନାଗାରିକଙ୍କ ମୃତ୍ୟୁ ହୋଇଥିଲା ।

୨୦୧୪ ଫେବ୍ରୁଆରୀ : ପୋଖରାରୁ ଜୁମଲା ଅଭିମୁଖେ ଯାତ୍ରା କରୁଥିବା ନେପାଳ ଏୟାରଲାଇନ୍ସ ବିମାନ ଦୁର୍ଘଟଣା ହୋଇଥିଲା, ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

୨୦୧୨ ସେପ୍ଟେମ୍ୱର: କାଠମାଣ୍ଡୁରୁ ଲୁକଲା ଯାତ୍ରା କରୁଥିବା ସୀତା ଏୟାରର ବିମାନ ତ୍ରିଭୁବନ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ କ୍ରାଶ ହୋଇଥିଲା ।

୨୦୧୨ ମଇ : ପୋଖରାରୁ ଜୋମସୋମ ଯାତ୍ରା କରୁଥିବା ଅଗ୍ନି ଏୟାର ଏକ ବିମାନ ଜୋମସୋମ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଭାରତୀୟ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.