ନୂଆଦିଲ୍ଲୀ: ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲଙ୍କ ଅର୍ଥନୈତିକ ପରାମର୍ଶଦାତା ୧୦୦ ଟଙ୍କିଆ ନୂଆ ନୋଟ୍ ଜାରି କରିବାକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ରବିବାର ଚିରଞ୍ଜୀବୀ ନେପାଳଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଦେଶର ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଚିରଞ୍ଜୀବୀ ନେପାଳ ଟଙ୍କାରେ ଏକ ନୂତନ ମାନଚିତ୍ର ଛାପିବା ସରକାରଙ୍କ ନିଷ୍ପତ୍ତିକୁ 'ଅନୁପଯୁକ୍ତ ପଦକ୍ଷେପ' ବୋଲି କହିଥିଲେ।
ପ୍ରକାଶଥାଉକି ଗତ ସପ୍ତାହରେ, କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ନୂତନ ୧୦୦ ଟଙ୍କା ନୋଟ ଛାପିବାବେଳେ ପୁରୁଣା ମାନଚିତ୍ର ବଦଳରେ ନୂଆ ମାନଚିତ୍ର ସହିତ ବଦଳାଯିବ। ନୂତନ ମାନଚିତ୍ରରେ କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରା ପରି କ୍ଷେତ୍ର ସାମିଲ ରହିଛି। ଭାରତ କହିଛି ଯେ ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରା ଏହାର ଅଞ୍ଚଳରେ ଅଛି।
ସିପିଏନ୍-ୟୁଏମ୍ଏଲ୍ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ତାଙ୍କ ମନ୍ତବ୍ୟ ପାଇଁ ଚିରଞ୍ଜୀବୀ ନେପାଳକୁ ସର୍ବସାଧାରଣରେ ସମାଲୋଚନା କରିଛନ୍ତି। ରାଷ୍ଟ୍ରପତିଙ୍କ ନିକଟତମ ବ୍ୟକ୍ତି କହିଛନ୍ତି ଯେ ଚିରଞ୍ଜୀବୀ ନେପାଳ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ମୁଁ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉଠାଇଛି କାରଣ ଏହା ଲୋକଙ୍କ ପାଇଁ ବ୍ୟବହାରିକ ସମସ୍ୟା ସୃଷ୍ଟି କରିପାରେ।
ଚିରଞ୍ଜୀବୀ ନେପାଳ କହିଛନ୍ତି ଯେ ମାନ୍ୟବର ରାଷ୍ଟ୍ରପତିଙ୍କ ସମ୍ମାନ ରକ୍ଷା କରିବା ପାଇଁ ମୁଁ ଏହି ପଦରୁ ଇସ୍ତଫା ଦେଇଛି, କାରଣ ମୋର ବିବୃତ୍ତି ଦର୍ଶାଇ ରାଷ୍ଟ୍ରପତିଙ୍କୁ ଅନାବଶ୍ୟକ ଭାବରେ ବିବାଦ ଭିତରକୁ ଟାଣି ନେବାକୁ ଚେଷ୍ଟା କରାଯାଇଥିଲା।