Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ନେପାଳରେ ଆଜି ରାଷ୍ଟ୍ରପତି ନିର୍ବାଚନ, ସଂଧ୍ୟା ୭ଟାରେ ଆସିବ ଫଳାଫଳ

9/03/2023 at 10:05 AM

କାଠମାଣ୍ଡୁ ୦୯/୦୩ : ନେପାଳରେ ଗୁରୁବାର ଦିନ  ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ। ନେପାଳ ତା’ର ନୂଆ ରାଷ୍ଟ୍ରପତି ଦେଖିବ। ନେପାଳ କଂଗ୍ରେସର ବରିଷ୍ଠ ନେତା ରାମ ଚନ୍ଦ୍ର ପଉଡେଲ ଓ ସିପିଏନ(ୟୁଏମଏଲ)ର ଉପସଭାପତି ସୁବାସ ଚନ୍ଦ୍ର ନେମବାଙ୍ଗ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଏନେଇ ସମସ୍ତ ପ୍ରସ୍ତୁତି ସରିଛି ବୋଲି ବୁଧବାର ସେଠାକାର ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି। ସନ୍ଧ୍ୟା ୭ଟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ମହେଶ ଶର୍ମା ପାଉଡେଲ କହିଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ​​ଲୋକସଭାର ଦୁଇଜଣ ପୂର୍ବତନ ସ୍ପିକରଙ୍କ ମଧ୍ୟରେ ହେବ ଲଢେଇ। ଆଠ-ଦଳୀୟ ଗଠବନ୍ଧନର ମିଳିତ ସମର୍ଥିତ ପ୍ରାର୍ଥୀ ହେଉଛନ୍ତି ରାମ ଚନ୍ଦ୍ର ପୌଡେଲ । CPAN-UML ପକ୍ଷରୁ  ସୁଭାଷ ନେମ୍ବାଙ୍ଗଙ୍କୁ ପ୍ରାର୍ଥୀ କରାଯାଇଛି।

ଏ ସଂକ୍ରାନ୍ତରେ ଭୋଟ ଦେବା ପାଇଁ ସଂସଦୀୟ କୋଠାର ଏକ ଗୃହରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଦୁଇଟି ପୃଥକ ପୋଲିଂ ଷ୍ଟେସନ ବି କରାଯାଇଛି। ଫେଡେରାଲ ପାର୍ଲିଆମେଣ୍ଟେରିଆନସ ଓ ପ୍ରଭିନ୍ସ ଆସେମ୍ବ୍ଲି ମେମ୍ବର୍ ନିଜ ମତାଧିକାର ସାବ୍ୟସ୍ତ କରିବେ। ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅପରାହ୍ନ ୪ ଟାରୁ ଭୋଟ୍ ଗଣନା ଆରମ୍ଭ କରିବ ଏବଂ ଫଳାଫଳ ସନ୍ଧ୍ୟା ୭ ଟାରେ ଘୋଷଣା କରାଯିବ। ସେଠାକାର ଇଲେକ୍ଟୋରାଲ କଲେଜରେ ୮୮୪ ସଦସ୍ୟ ଅଛନ୍ତି। ହାଉସ ଅଫ ରିପପ୍ରଜେଣ୍ଟେଟିଭର ୨୭୫ ସଦସ୍ୟ, ନେସନାଲ ଏସେ‌ମ୍ବ୍ଲିର ୫୯ ଓ ସାତ ପ୍ରଭିନସିଆଲ ଏସେମ୍ବ୍ଲିର ୫୫୦ ଜଣ ସଦସ୍ୟ ‌ଭୋଟ ଦେବେ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି।

   Related Posts