Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଠମାଣ୍ଡୁରେ ପ୍ଲେନ୍ ଟ୍ରାଜେଡି; ଦୁର୍ଘଟଣା ପରେ ଜଲିଗଲା ATR-୭୨ ବିମାନ,  ୪୦ଜଣଙ୍କ ମୃତଦେହ ଉଦ୍ଧାର, ବସିଥିଲେ ୫ ଭାରତୀୟ

15/01/2023 at 2:07 PM

କାଠମାଣ୍ଡୁ: ନେପାଳ ଭୟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି। ୭୨ଜଣ ଯାତ୍ରୀଙ୍କ ମଧ୍ୟରୁ ୪୦ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତହାତ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ବିମାନରେ ୫ଜଣ ଭାରତୀୟଙ୍କ ସହିତ ୧୪ଜଣ ବିଦେଶୀ ଯାତ୍ରା କରୁଥିଲେ ।

ରବିବାର ସକାଳୁ ରାଜଧାନୀ କାଠମାଣ୍ଡୁର ପୂରୁଣା ଏୟାରପୋର୍ଟରୁ କାସ୍କି ଜିଲ୍ଲାର ପୋଖରାକୁ ଉଡ଼ାଣ ଭରିଥିଲା ୟେଟି-୭୨ ବିମାନ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ୟେଟି ଏୟାରଲାଇନ୍ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଖରାପ ପାଗ ଯୋଗୁ ଦୁର୍ଘଟଣା ଘଟିଛି । ଉଡ଼ାଣର ୨୭ମିନିଟ୍ ପରେ ପୋଖରା ସମିପ୍ ନିକଟସ୍ଥ ଏକ ପାହାଡ଼ରେ ପିଟି ହୋଇଥିଲା । ପରେ ବଡ଼ ଧରଣ ବିସ୍ଫୋରଣ କରିବା ସହିତ ଫ୍ଲାଇଟ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି । ବିମାନରେ କ୍ରୁ-ମେମ୍ବରଙ୍କ ସମେତ ମୋଟ୍ ୭୨ଜଣ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ ୪୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ୭୨ ଯାତ୍ରୀଙ୍କ ମଧ୍ୟରୁ ୫୩ଜଣ ନେପାଳି, ୫ଜଣ ଭାରତୀୟ, ୪ଜଣ ଋଷୀୟ, ୨ଜଣ କୋରିଆନ୍, ଜଣିଏ ଲେଖାଏଁ ଆଫଗାନିସ୍ତାନ, ଈରିସ୍, ଫ୍ରାନ୍ସର  ଯାତ୍ରୀ ଏବଂ ୪ଜଣ କ୍ରୁ-ଷ୍ଟାଫ୍ ଥିଲେ । ବିମାନ ଦୁର୍ଘଟଣା ପରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପା କମଳ ଧହଲ କ୍ୟାବିନେଟ୍ ବୈଠକ ଡାକିବା ସହିତ କାଠମାଣ୍ଡୁ ବିମାନବନ୍ଦରରେ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି ।

   Related Posts