ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା; ପାହାଡ଼ରେ ପିଟି ହୋଇ ଜଳିଗଲା ATR-୭୨ ଫ୍ଲାଇଟ୍, ୩୨ଜଣ ମୃତ, ବଢିପାରେ ମୃତାହତ ସଂଖ୍ୟା

Published By : Prameya-News7 Bureau | January 15, 2023 IST

କାଠମାଣ୍ଡୁ: ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା । ୟେଟି ଏୟାରଲାଇନ୍ସର ATR-୭୨ ବିମାନ କାଠମାଣ୍ଡୁରୁ ପୋଖରା ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ଫ୍ଲାଇଟ୍ କ୍ରାସ୍ ଯୋଗୁ ୩୨ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ବିମାନରେ ୫ଜଣ ଭାରତୀୟ ଥିଲେ ।

ରବିବାର ସକାଳୁ ରାଜଧାନୀ କାଠମାଣ୍ଡୁର ପୂରୁଣା ଏୟାରପୋର୍ଟରୁ କାସ୍କି ଜିଲ୍ଲାର ପୋଖରାକୁ ଉଡ଼ାଣ ଭରିଥିଲା ୟେଟି-୭୨ ବିମାନ । ୟେଟି ଏୟାର ଲାଇନ୍ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଖରାପ ପାଗ ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଖରା ସମିପ୍ ନିକଟସ୍ଥ ଏକ ପାହାଡ଼ରେ ପିଟି ହୋଇଥିଲା ବିମାନ । ପରେ ବଡ଼ ଧରଣ ବିସ୍ଫୋରଣ କରିବା ସହିତ ଜଳିଯାଇଥିଲା ଫ୍ଲାଇଟ୍ । ବିମାନରେ ୬୮ ଯାତ୍ରୀ ଓ ୪ଜଣ କ୍ରୁ ମେମ୍ବରଙ୍କ ସମେତ ମୋଟ୍ ୭୨ଜଣ ଥିଲେ । ଏମାନଙ୍କ ମଧ୍ୟରୁ ୩୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବିମାନବନ୍ଦର କର୍ତ୍ତୃପକ୍ଷ, ସୁରକ୍ଷାବଳ, ଓ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ବିମାନ ଦୁର୍ଘଟଣା ପରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପା କମଳ ଦହଲ ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ଡାକିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.