ବିମାନ ଦୁର୍ଘଟଣାରେ ନେପାଳର ଲୋକପ୍ରିୟ କଣ୍ଠଶିଳ୍ପୀ ନୀରା ଛନତ୍ୟାଲଙ୍କ ପରଲୋକ
15/01/2023 at 9:02 PM

ନୂଆଦିଲ୍ଲୀ: ନେପାଳରେ ରବିବାର ହୋଇଥିବା ଦୁର୍ଘଟଣାରେ ସମସ୍ତେ ସର୍ମାହତ । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୬୮ ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି । ନେପାଳର ୟତି ଏୟାରଲାଇନ୍ସର ବିମାନ କାଠମାଣ୍ଡୁରୁ ପୋଖରା ଯାତ୍ରା କରୁଥିଲା । ବିମାନ ବନ୍ଦରରେ ଅବତରଣ କରିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସୂଚନା ଅନୁସାରେ ଏହି ବିମାନରେ ନେପାଳର ଜଣାଶୁଣା ଲୋକ ଗୀତ ଗାୟିକା ନୀରା ଛନତ୍ୟାଲ ଯାତ୍ରା କରୁଥିଲେ ।
ରିପୋର୍ଟ ଅନୁସାରେ, କଣ୍ଠଶିଳ୍ପୀ ନୀରା ଛନତ୍ୟାଲ ପୋଖରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ । ତେବେ ଏହା ପୂର୍ବରୁ ପ୍ଲେନ କ୍ରାସରେ ନୀରା ଛନତ୍ୟାଲଙ୍କ ପରଲୋକ ହୋଇଛି । ନୀରାଙ୍କ ଗୀତକୁ ସେଠାକାର ଲୋକେ ବେଶ ପସନ୍ଦ କରନ୍ତି । ପିରତୋକି ଡୋରୀ ସହ ଅନେକ ସୁନ୍ଦର ଗୀତକୁ ସେ ନିଜ କଣ୍ଠରେ ସଜାଇଥିଲେ ।
ରବିବାର ସକାଳେ ୟତି ଏୟାରଲାଇନ୍ସର ବିମାନ ଏଟିଆର-୭୨ କାଠମାଣ୍ଡୁର ପୋଖରା ଅଭିମୁଖେ ଉଡାଣ ଭରିଥିଲା । ଏଥିରେ ୬୮ ଯାତ୍ରୀଙ୍କ ସହ ମୋଟ ୭୨ ଜଣ ଯାତ୍ରୀ କରୁଥିଲେ । ୬୮ ଜଣ ଯାତ୍ରୀଙ୍କ ମୃତ୍ୟୁ ନେଇ ବିମାନ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ।