ମଝି ଆକାଶରେ କେମିତି ଜଳିଲା ବିମାନ, ଦେଖନ୍ତୁ ଭାଇରାଲ୍ ଭିଡିଓ, ୨ ବ୍ଲାକ୍‌ ବକ୍ସ ଉଦ୍ଧାର

Published By : Prameya-News7 Bureau | January 16, 2023 IST

ନୂଆଦିଲ୍ଳୀ, ୧୬/୦୧: ନେପାଳ ବିମାନ ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରବିବାର ନେପାଳରେ ଘଟିଥିଲା ଏହି ଭୟଙ୍କର ବିମାନ ଦୁର୍ଘଟଣା। ଯେଉଁଥିରେ ଚାଲିଯାଇଛି ୭୨ ଜଣକ ଜୀବନ। ଯେଉଁଥରେ ନେପାଳ ସହ କିଛି ବିଦେଶୀ ଯାତ୍ରୀ ମଧ୍ୟ ରହିଥିଲେ। ତେବେ ଏହି ବିମାନ ଦୁର୍ଘଟଣାର କିଛି ଭିଡିଓ ଏବେ ସାମ୍ନାକୁ ଆସିବାରେ ଲାଗିଛି। ଯେଉଁଥିରେ ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଅନୁମେୟ। ଏହାରି ମଧ୍ୟରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଉଛି ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଥିବାର ମଧ୍ୟ ଦେଖାଯାଉଛି। ଆଉ ବିମାନଟି କ୍ଷତିଗ୍ରସ୍ତ ହେଉଛି। ତାହା ଦେଖାଯାଉଛି।

wp:embed {"url":"https://twitter.com/i/status/1614866162617298945","type":"rich","providerNameSlug":"twitter","responsive":true}
https://twitter.com/i/status/1614866162617298945
/wp:embed

ସେପଟେ ଦୁର୍ଘଟଣାରେ ନିଖୋଜ୍ ଥିବା ଲୋକଙ୍କ ଖୋଜ୍ ଜାରିରହିଥିବାବେଳେ ସୋମବାର ପ୍ଲେନ୍‌ର ବ୍ଲାକ୍‌ ବକ୍ସ୍‌ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ। ଏହି ବ୍ଲାକ୍ ବକ୍ସକୁ  ବିମାନ ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣକୁ ହସ୍ତାନ୍ତର କରାଯାଇଥିବା ନେଇ ୟେତି ଏୟାରଲାଇନ୍‌ ତରଫରୁ କୁହାଯାଇଛି। ତେବେ ବ୍ଲାକ୍ ବକ୍ସ ଯାଞ୍ଚ କରିବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

ରବିବାର ୟେତି ବିମାନର ଏଟିଆର ୭୨ ବିମାନ କାଠମାଣ୍ଡୁରୁ ପୋଖରା ଯିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଇଞ୍ଚିନରେ ନିଆଁ ଲାଗିବା କାରଣରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୭୨ ଜଣକ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.