ନେପାଳ ପାର୍ଶ୍ବରୁ ୫୦ ଦିନରେ ହେଲାଣି ୧୨ ଥର ପଥରମାଡ଼, ସୀମାରେ ବଢ଼ିଲା ଚିନ୍ତା...  

Published By : Prameya-News7 Bureau | January 04, 2023 IST

ନୂଆଦିଲ୍ଲୀ, ୦୪/୦୧: ଉତ୍ତରାଖଣ୍ଡ ସୀମା ନିକଟବର୍ତ୍ତୀ ପିଥୌରାଗଡ଼ ଜିଲ୍ଲାରେ ଭାରତ-ନେପାଳ ସୀମାରେ ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଛି। କାରଣ ନେପାଳର କିଛି ବ୍ୟକ୍ତି ପୁଣି ଥରେ ସୀମାରେ ପଥରମାଡ଼ କରିଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଧାରଚୂଲା ସ୍ଥିତ କାଳୀ ନଦୀ ଉପରେ ବନ୍ଧ ନିର୍ମାଣ କରୁଥିବା ଶ୍ରମିକଙ୍କ ଉପରେ ଏହି ପଥରମାଡ଼ ହୋଇଛି। ବୁଧବାର ଅଧିକାରୀମାନେ ଏହି ମାମଲାରେ ଯାଞ୍ଚ କରିଛନ୍ତି।

ସ୍ଥାନୀୟ ନାଗରିକଙ୍କ ଅନୁଯାୟୀ, ଯେତେବେଳେ ପଥରମାଡ଼ ହେବା ଦେଖି ଭାରତୀୟ ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ଅନ୍ୟ ସ୍ଥାନକୁ ପଳାଇଯାଇଥିଲେ। ଧାରଚୂଲା ବ୍ଲକ୍‌ର ମୁଖ୍ୟ ଧନ ସିଂହ ଧାମୀ କହିଛନ୍ତି ଯେ ଗତ ୫୦ ଦିନ ମଧ୍ୟରେ ଭାରତୀୟ ଶ୍ରମିକଙ୍କ ଉପରେ ପ୍ରାୟ ଏକ ଡର୍ଜନରୁ ଅଧିକ ଥର ପଥରମାଡ଼ ହୋଇଛି। ସେ କହିଛନ୍ତି ନେପାଳୀ ନାଗରିକଙ୍କୁ ଏଭଳି କାମକୁ ରୋକିବା ପାଇଁ ଆଗକୁ ଆସିବା ଦରକାର। ଏହା ଉଭୟ ପକ୍ଷଙ୍କ ମଧ୍ୟରେ ପାରମ୍ପରିକ ସଦଭାବକୁ ଖରାପ କରୁଛି।

ସୂଚନାଯୋଗ୍ୟ, ଭାରତ ପକ୍ଷର ଧାରଚୂଲା ସହରକୁ ମୌସୁମୀ ସମୟରେ ବନ୍ୟାରୁ ବଞ୍ଚାଇବା ପାଇଁ ଭାରତ ପଟରୁ କାଳୀ ନଦୀ ଉପରେ ୯୮୫ ମିଟରର ତଟବନ୍ଧ ନିର୍ମାଣ କରାଯାଉଛି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ ନେପାଳ ପଟୁ ୫ କିମି ପର୍ଯ୍ୟନ୍ତ ଲମ୍ବା ସୁରକ୍ଷା କାନ୍ଥ ନିର୍ମାଣ କରିଛି କିନ୍ତୁ ଏଠାରେ ଏଭଳି କାହିଁକି ସମସ୍ୟା ଉତ୍ପନ୍ନ କରୁଛନ୍ତି।

ଗତ ବର୍ଷ ଡିସେମ୍ବର ୪ ରେ ଏହି ଅଞ୍ଚଳରେ ନେପାଳ କିଛି ଲୋକ ଭାରତପଟକୁ ପଥର ଫିଙ୍ଗିଥିଲେ। ଘଟଣା ଗୋଟିଏ ଦିନ ପରେ ସ୍ଥାନୀୟ ନିବାସୀ ଏବଂ  ବ୍ୟବସାୟୀ ଘଟଣାର ବିରୋଧରେ ପ୍ରଦର୍ଶନ କରିଥିଲେ। ଉତ୍ତରାଖଣ୍ଡ ପୋଲିସ୍ ପରେ ଅଜଣା ନେପାଳୀ ନାଗରିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଯେଉଁମାନେ ପଥରମାଡ଼ କରିଥିଲେ।

ଏହି ଘଟଣା​‌ରେ ଉଭୟ ଦେଶର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବୈଠକ ଏବଂ ନିରୀକ୍ଷଣ କରିଛନ୍ତି। ଏହା ପରେ ମଧ୍ୟ ଏଭଳି ଆଚରଣ ବନ୍ଦ ହୋଇନାହିଁ। ଫଳରେ ଧାରଚୂଲାର ଲୋକମାନେ ଖୁବ୍ ଅସନ୍ତୋଷ ରହିଛନ୍ତି। ତେବେ ଏହି ଘଟଣାର ତଦନ୍ତ କରାଯାଉଥିବା ନେଇକହିଛନ୍ତି ଉପଜିଲ୍ଲାଧିକାରୀ ଦେବେନ୍ଦ୍ର ଶାଶନୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.