ମୁସଲମାନଙ୍କ ଧାର୍ମିକ ଆୟୋଜନ ‘ଇଜତମା’ ଉପରେ ନେପାଳ ସରକାରଙ୍କ ରୋକ

Published By : Prameya-News7 Bureau | November 19, 2023 IST

କାଠମାଣ୍ଡୁ ୧୯।୧୧: ମୁସଲମାନଙ୍କ ବାର୍ଷିକ ଧାର୍ମିକ ସଭା ‘ଇଜତମା’ ଉପରେ ନେପାଳ ସରକାର ରୋକ ଲଗାଇଛନ୍ତି। ଧାର୍ମିକ ସମ୍ବେଦନଶୀଳତାର ଉଦାହରଣ  ଦେଇ ନେପାଳ ଗୃହମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ନେପାଳ ସରକାର ଇଜତମା ଲାଗି ବନ୍ଧା ଯାଇଥିବା ତମ୍ବୁ ଓ ଏଥି ପାଇଁ ବାହାରୁ ଆସିଥିବା ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ନେପାଳର ସୁନସରି ଜିଲ୍ଲା ଦୁହବୀ ଓ ଇଟହରୀରେ ୨୧ରୁ ୨୩ ନଭେମ୍ବର ପର୍ଯ୍ୟନ୍ତ ଇଜତମାର ପ୍ରସ୍ତୁତି କରାଯାଇଥିଲା।

ଇଜତମା ଲାଗି ୮୦ ଏକର ଜମି ଉପରେ ତମ୍ବୁ ବନ୍ଧା ଯାଇଥିଲା, ଯେଉଁଥିରେ ପାଖାପାଖି ୫୦ ହଜାର ଲୋକଙ୍କ ରହିବା ଓ ବସିବାର ବ୍ୟବସ୍ଥା କରାଯାଇଥିଲା। ସାରା ବିଶ୍ୱର ଅନେକ ଦେଶରୁ ମୁସଲମାନଙ୍କୁ ଇଜତମାରେ ଯୋଗ ଦେବା ନିମନ୍ତେ ଆମନ୍ତ୍ରଣ କରାଯାଇଥିଲା।  ଧାର୍ମିକ ରୂପେ ସମ୍ବେଦନଶୀଳ ସୁନସରି ଜିଲ୍ଲାରେ ମୁସଲମାନଙ୍କ ଏତେବଡ ଆୟୋଜନ ଯୋଗୁ ନା କେବଳ ନେପାଳରେ ଧାର୍ମିକ ଭାବନା  ବିଗିଡିବାର ଆଶଙ୍କା ଥିଲା ବରଂ ଭାରତ ସୀମା ସହ ଲାଗି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ସମ୍ବେଦନଶୀଳ ଥିଲା। ଏଣୁ ଏହା ଉପରେ ରୋକ ଲଗାଇ ଦିଆଯାଇଛି।

{"id":871780,"sizeSlug":"full","linkDestination":"none"}

ସୁନସରି ମୁଖ୍ୟ ଜିଲ୍ଲାଧିକାରୀ ହୁମକଲା ପାଣ୍ଡେ ମୁସଲମାନଙ୍କ ଏହି ଧାର୍ମିକ ଆୟୋଜନକୁ ନେଇ ଗୃହମନ୍ତ୍ରାଳୟକୁ ପତ୍ର ଲେଖିଥିଲେ। ଏଥିରେ ଧାର୍ମିକ ଆୟୋଜନ ହେଲେ ସବୁ ପ୍ରକାର ଆହ୍ୱାନ ସମ୍ପର୍କରେ ସୂଚିତ କରି ସରକାରଙ୍କ ରାୟ ମାଗିଥିଲେ। ମାମଲାର ଗୁରୁତ୍ୱକୁ ଉପଲବ୍ଧ କରି ଗୃହମନ୍ତ୍ରାଳୟ ଯେ କୌଣସି ଉପାୟରେ ଏହି କାର୍ଯ୍ୟକ୍ରମକୁ ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲ୍ଲାଧିକାରୀ ପାଣ୍ଡେ କହିଛନ୍ତି ଯେ ଗୃହମନ୍ତ୍ରାଳୟଙ୍କ ନିର୍ଦ୍ଦେଶ ପରେ ଆୟୋଜକଙ୍କୁ କାର୍ଯ୍ୟକ୍ରମ ରୋକିବା ନିମନ୍ତେ ଲିଖିତ ନିର୍ଦ୍ଦେଶ ଜାରି କରିଦିଆଯାଇଛି।

ସୁନସରି ମୁଖ୍ୟ ଜିଲ୍ଲାଧିକାରୀ ଶନିବାର ଜିଲ୍ଲା ସୁରକ୍ଷା ଅଧିକରୀଙ୍କ ସହିତ ଆୟୋଜନ ସ୍ଥଳ ଗସ୍ତ କରିଥିଲେ। ଏହି ଗସ୍ତକାଳରେ ସେ ଇଜତମା ଲାଗି ବନ୍ଧା ଯାଇଥିବା ତମ୍ବୁ ତୁରନ୍ତ ହଟାଇବା ପାଇଁ ଆୟୋଜକଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଏହା ସହିତ କାର୍ଯ୍ୟକ୍ରମ ଲାଗି ବାହାରୁ ଆସି ସେଠାରେ ପହଞ୍ଚିଥିବା ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜିଲ୍ଲା ପ୍ରଶାସନକୁ ଏହି ସୂଚନା ମିଳିଥିଲା ଯେ ଇଜତମା ନାମରେ ସେଠାକୁ ଏପରି କେତେକ କଟ୍ଟର ମୁସଲମାନ ଧର୍ମଗୁରୁ ଆସିବାର କାର୍ଯ୍ୟକ୍ରମ ରହିଛି ଯେଉଁମାନଙ୍କ ଉପରେ ଭାରତ ସମେତ ଅନେକ ଦେଶଙ୍କ କଟକଣା ରହିଛି। 

ହମାସ୍ ଆତଙ୍କୀଙ୍କ ଆଡ୍ଡା ଏବେ ସ୍କୁଲ; ସେପଟେ ଅଲ-ଶିଫା ହସ୍ପିଟାଲକୁ ନେଇ ଚିନ୍ତା ପ୍ରକଟ କଲା WHO

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.