ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି : ୩୦ ନିଖୋଜ

Published By : Prameya-News7 Bureau | July 15, 2019 IST

କାଠମାଣ୍ଡୁ ୧୫/୭: ନେପାଳରେ ବନ୍ୟା ପରିସ୍ଥିତି ଗମ୍ଭୀର । ଚଳିତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୫ ଛୁଇଁଥିବା ବେଳେ ୩୦ଜଣ ଏବେବି ନିଖୋଜ ଅଛନ୍ତି । ସେହିପରି ବନ୍ୟା ଯୋଗ୍ୟୁ ୩୮ ଜଣ ଲୋକ ଆହତ ହୋଇଛନ୍ତି । ନେପାଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇପଡିଛନ୍ତି ।

{"id":133741}

ନଦୀକୂଳିଆ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ଉଦ୍ଧାରକାରୀ ଟିମ ବନ୍ୟା ପୀଡ଼ିତଙ୍କୁ ଉଦ୍ଧାର କରୁଛନ୍ତି।

{"id":133742}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.