ନେପାଳରେ ବର୍ଷା ତାଣ୍ଡବ, ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ, ୧୦ ମୃତ

Published By : Prameya-News7 Bureau | July 10, 2020 IST

କାଠମାଣ୍ଡୁ ୧୦।୭: ନେପାଳରେ ତାଣ୍ଡବ ରଚିଛି ମୌସୁମୀ ବର୍ଷା। ଭୀଷଣ ବର୍ଷାରେ ନଦୀ,ନାଳ ଝର ଫିଟିଥିବା ବେଳେ ପାହାଡିଆ ଅ଼ଞ୍ଚଳରେ ଭୂ-ସ୍ଖଳନ ହୋଇଛି। ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡିଛି। ମାୟାଗଡି, ଜାଜରକୋଟ ଓ ସିନ୍ଧୁପାଲ ଚୌକ ଜିଲ୍ଲାରେ ଭୂ-ସ୍ଖଳନ ହୋଇଥିବା କୁହାଯାଇଛି। ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଥିବା ବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱୀତ କରାଯାଇଛି।

{"id":298764,"sizeSlug":"large"}

ଦେଶରେ ଗତ ଜୁଲାଇ ୭ ତାରିଖରୁ ବର୍ଷା ଲାଗି ରହିଛି।  ଭୀଷଣ ବର୍ଷାରେ ପାହାଡି ଝରଣା ସୁଅ ଖୋଲିବାରୁ ଅନେକ ସ୍ଥାନରେ ଘର ଭାସି ଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ବର୍ଷା ଓ ଭୂସ୍ଖଳନ ହାର ବଢିଛି। ଏଥିରେ ମାୟାଗଡି, ଜାଜର କୋଟ ଓ ସିନ୍ଧୁପାଲ ଚୌକ ଜିଲ୍ଲାରେ ଭୀଷଣ କ୍ଷୟକ୍ଷତି ହୋଇଥିବାର ଆକଳନ କରାଯାଉଛି। ତେବେ କ୍ଷୟକ୍ଷତିର ବାସ୍ତବ ପରିମାଣ ଜଣାପଡିନଥିଲେ ହେଁ ବର୍ଷା ଥମିବା ପରେ ଆକଳନ ଆରମ୍ଭ ହେବ ବୋଲି ସରକାରୀ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.