ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଇତିହାସରେ ପ୍ରଥମ: ନେପାଳରୁ ସିମେଣ୍ଟ କିଣିଲା ଭାରତ

9/07/2022 at 9:40 PM

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ପାଇଁ ନେପାଳରୁ ସିମେଣ୍ଟ କିଣିଲା ଭାରତ। ପଡ଼ୋଶୀ ଦେଶ ନେପାଳ ଭାରତକୁ ସିମେଣ୍ଟ ରପ୍ତାନୀ କରିବା ଆରମ୍ଭ କରିଦେଇଛି।  ଭାରତୀୟ ବଜାର ତାଙ୍କ ଦେଶ ପାଇଁ ଖୋଲିବାରୁ ନେପାଳ ବ୍ୟବସାୟୀ ବେଶ୍ ଖୁସୀ ବ୍ୟକ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ ହଜାର ବସ୍ତା ସିମେଣ୍ଟ ଉତ୍ତରପ୍ରଦେଶ ସୀମାକୁ ଲାଗି ଏକ ଚେକ୍‌ ପୋଷ୍ଟ ଦେଇ ଭାରତରେ ପହଞ୍ଚିଛି। ଶୁକ୍ରବାର(ଜୁଲାଇ ୮) ନେପାଳର ନବଲପରାସୀ ଜିଲ୍ଲାର ପଲ୍ପା ସିମେଣ୍ଟ ଇଣ୍ଡିଷ୍ଟ୍ରିଜ୍ ଭାରତକୁ ସିମେଣ୍ଟ ରପ୍ତାନୀ କରିଛି।

ଏହି କମ୍ପାନୀ ତାନସେନ ବ୍ରାଣ୍ଡରେ ସିମେଣ୍ଟ ଉତ୍ପାଦନ କରିଥାଏ। କମ୍ପାନୀକୁ ସମସ୍ତ ଗୁଣବତ୍ତା ମାନକ ପରୀକ୍ଷାରେ ଉତ୍ତୀନ୍ନ ହେବା ପରେ ସିମେଣ୍ଟ ବିକ୍ରି କରିବାକୁ ଅନୁମତି ମିଳିଛି। ଗୋଟିଏ କମ୍ପାନୀକୁ ରପ୍ତାନୀ କରିବାକୁ ଅନୁମତି ମିଳିଥିବାରୁ ଅନ୍ୟ କମ୍ପାନୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ନେପାଳ ସରକାର ବଜେଟରେ ସିମେଣ୍ଟ ରପ୍ତାନୀ ପାଇଁ ୮ ପ୍ରତିଶତ ସବ୍‌ସିଡି ଦେଇଛନ୍ତି। ଫଳରେ ନେପାଳ ବ୍ୟବସାୟୀମାନେ ଭାରତକୁ ସିମେଣ୍ଟ ରପ୍ତାନୀ କରିବାରେ ଉତ୍ସାହିତ ହେଉଛନ୍ତି।

   Related Posts