ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଭୂମିକମ୍ପରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୫.୩

6/08/2022 at 7:12 AM

ନୂଆଦିଲ୍ଲୀ, ୦୬|୦୮: ଭୂମିକମ୍ପରେ ଥରିଲା ନେପାଳ । ଭାରତର ପଡୋଶୀ ଦେଶ ନେପାଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ନୁବାକୋଟ ଜିଲ୍ଲାରେ ଏହାର ପ୍ରଭାବ ବେଶି ପଡିଥିଲା । ନ୍ୟାଶନାଲ ଆର୍ଥକ୍ୱେକ୍ ମନିଟରିଂ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରର କହିବାନୁସାରେ, ସକାଳ ୫ଟା ୨୬ରେ ଭୂମିକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୩ । ତେବେ ଏହା ପ୍ରଭାବରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।  

ଏହାପୂର୍ବରୁ ରବିବାର ଅର୍ଥାତ ଜୁଲାଇ ୩୧ ତାରିଖରେ ନେପାଳର କାଠମାଣ୍ଡୁରେ ଭୂମିକମ୍ପ ହୋଇଥିଲା । ଯାହାର ତୀବ୍ରତା ଥିଲା ୫.୫ । ଏହାର ପ୍ରଭାବ ବିହାର ସମେତ ଅନ୍ୟ ଜିଲ୍ଲାରେ ପଡିଥିଲା । ନେପାଳ ସୀମାରେ ଥିବା ମଧୁବନ, ସମସ୍ତୀପୁର, ଅରରିୟା, କଟିହାର ଓ ସୀତାମଢିରେ ସକାଳ ୭ଟା ୫୮ରେ ଝଟକା ଲାଗିଥିଲା । ଏହାର କେନ୍ଦ୍ରସ୍ଥଳୀ କାଠମାଣ୍ଡୁରୁ ୧୪୭ କିମି ଦୂରରେ ଥିଲା ।

ଗତମାସରେ ମଧ୍ୟ ଥରିଥିଲା ନେପାଳ

ଜୁଲାଇ ମାସରେ ନେପାଳରେ ଲଗାତର ଭୂକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୩ । ଏହାର କେନ୍ଦ୍ରସ୍ଥଳୀ ମଧ୍ୟ କାଠମାଣ୍ଡୁରୁ ୧୯୧ କିମି ଦୂରରେ ଥିଲା । ଏହାବ୍ୟତୀତ ଅଗଷ୍ଟ ୫ ତାରିଖରେ ଆଫଗାନିସ୍ତାନ ମାଟି ଥରିଥିଲା । ଗୁରୁବାର ବିଳମ୍ବିତ ରାତ୍ର ପ୍ରାୟ ୧୨ଟା ୩୮ରେ ୪.୯ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

   Related Posts