ଭାରତ ରାସ୍ତାରେ ନେପାଳ, ଚାଇନିଜ୍ ଆପ୍ ଟିକ୍ଟକ୍କୁ ବ୍ୟାନ୍ କଲେ ପ୍ରଚଣ୍ଡ ସରକାର
13/11/2023 at 5:31 PM

ନୂଆଦିଲ୍ଲୀ: ନେପାଳ ସରକାର ଚୀନର ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକ୍ଟକ୍ ଉପରେ ବ୍ୟାନ୍ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନେପାଳ ସରକାରଙ୍କ ସୋମବାର କ୍ୟାବିନେଟ୍ ବୈଠକରେ ସାମାଜିକ ସଦ୍ଦଭାବ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦେଖି ଏହି ଆପ୍କୁ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନିଷ୍ପତ୍ତି କେବେଠାରୁ ଲାଗୁ ହେବ ତାହା ସ୍ପଷ୍ଟ ହୋଇ ନାହିଁ । ସରକାର କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱଧାନତା ଏକ ମୌଳିକ ଅଧିକାର ଅଟେ, କିନ୍ତୁ ସମାଜର ଏକ ବର୍ଗରେ ଘୃଣା ସୃଷ୍ଟିକାରୀ ଭାଷଣର ବଢୁଥିବା ପ୍ରବୃତ୍ତିକୁ ବଢାଉଥିବା କାରଣରୁ ଟିକଟିକର ଆଲୋଚନା ହୋଇଛି । ଗତ ଚାରି ବର୍ଷରେ ନେପାଳରେ ଟିକ୍ଟକ୍ ଉପରେ ସାଇବର ଅପରାଧର ୧୬୪୭ ମାମଲା ସାମନାକୁ ଆସିଛି ।
ପଢନ୍ତୁ: ସେପ୍ଟେମ୍ୱରରେ ୭୧ ଲକ୍ଷ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କରିଛି ହ୍ୱାଟ୍ସଆପ୍
ଏହା ପୂର୍ବରୁ ଗୁରୁବାର କ୍ୟାବିନେଟ୍ ବୈଠକରେ ଫେସବୁକ୍, ଏକ୍ସ, ଟିକ୍ଟକ୍ ଓ ୟୁଟ୍ୟୁବ୍ ପରି ସୋସିଆଲ୍ ମିଡିଆ ପାଇଁ ନେପାଳରେ ନିଜ ସମ୍ପର୍କ କାର୍ଯ୍ୟାଳୟ ଖୋଲିବା ବାଧ୍ୟତାମୂଳତ କରିଥିଲା । ସରକାର ଗତ ସପ୍ତାହରେ କହିଥିଲେ ଯେ ଲୋକଙ୍କ ଅଭିଯୋଗ ବଢୁଥିବା ବେଳେ ଆପତ୍ତିଜନକ ସାମଗ୍ରୀ ଏହି ସବୁ ପ୍ଲାଟପର୍ମରୁ ହଟି ପାରୁ ନାହିଁ । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ନିର୍ଦ୍ଦେଶ ଲାଗୁ ହେବାର ତିନି ମାସ ମଧ୍ୟରେ କମ୍ପାନିଗୁଡିକୁ ନେପାଳରେ କାର୍ଯ୍ୟାଳୟ ସ୍ଥାପନ କିମ୍ୱା ଜଣେ ଫୋକଲ୍ ବ୍ୟକ୍ତିଙ୍କୁ ନିଯୁକ୍ତ କରିବାକୁ ପଡ଼ିବ । ସେହିପରି କମ୍ପାନିଗୁଡିକୁ ନିଜ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମକୁ ସୂଚନା ଓ ଦୂର ସଂଚରା ମନ୍ତ୍ରାଳୟରେ ପଞ୍ଜୀକୃତ କରିବାକୁ ପଡ଼ିବ । ନେପାଳରେ ଅଣପଞ୍ଜୀକୃତ ପ୍ଲାଟଫର୍ମଗୁଡ଼ିକ ବନ୍ଦ କରିପାରନ୍ତି ।