ଭାରତକୁ ନେପାଳର ଝଟକା, ୧୬ କମ୍ପାନୀଙ୍କ ଔଷଧ ଉପରେ ଲଗାଇଲା ବ୍ୟାନ୍

Published By : Prameya-News7 Bureau | December 20, 2022 IST

ନୂଆଦିଲ୍ଲୀ, ୨୦/୧୨: ୧୬ ଭାରତୀୟ ଔଷଧ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ। ଭାରତରୁ ମଗାଉଥିବା ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛି ନେପାଳ। ଆଫ୍ରିକୀୟ ଦେଶରେ କାଶ ପାଇଁ ବ୍ୟବହାର ହେଉଥିବା ସିରଫ୍‌ରେ ପିଲାଙ୍କ ମୃତ୍ୟୁ ହେବା ପରେ ‘ହୁ’ କାଶ ସହ ଜଡ଼ିତ ଔଷଧକୁ ନେଇ ଚେତାବନୀ ଜାରି କରିଥିଲା। ‘ହୁ’ ର ଚେତାବନୀ ପରେ ନେପାଳ ୧୬ ଭାରତୀୟ କମ୍ପାନୀଙ୍କ ଆମଦାନୀ ଉପରେ ବ୍ୟାନ୍ ଲଗାଇଛି। ନେପାଳ ଔଷଧ ବିଭାଗ ଯୋଗ ଗୁରୁ ରାମଦେବଙ୍କ ପତଞ୍ଜଳି ଉତ୍ପାଦ ପ୍ରସ୍ତୁତ କରୁଥିବା ଦିବ୍ୟା ଫାର୍ମାସୀ ସହ ୧୬ ଭାରତୀୟ କମ୍ପାନୀ ସାମିଲ୍ ରହିଛି।

ବିଭାଗର ପ୍ରବକ୍ତା ସନ୍ତୋଷ କେସୀ କହିଛନ୍ତି ଯେଉଁ ଔଷଧ କମ୍ପାନୀମାନେ ଆମ ଦେଶକୁ ଔଷଧ ରପ୍ତାନୀ କରିବା ପାଇଁ ଆବେଦନ କରିଥିଲେ ସେମାନଙ୍କ ଉତ୍ପାଦନ ସୁବିଧାର ନିରୀକ୍ଷଣ ପରେ ସେହି କମ୍ପାନୀଙ୍କ ତାଲିକା ପ୍ରକାଶ କରାଯାଇଥିଲା ଯେଉଁମାନଙ୍କ ‘ହୁ’ର ନିୟମ ପାଳନ କରୁନଥିଲେ।

ଏହି କମ୍ପାନୀ ମଧ୍ୟରେ ରେଡିଏଣ୍ଟ ପ୍ୟାରେଣ୍ଟାଲ୍ସ ଲିମିଟେଡ୍, ମରକରୀ ଲବୋରେଟରୀଜ, ଏଲାଏନ୍ସ ବାୟୋଟେକ୍, କ୍ୟାପଟ୍ୟାବ୍ ବାୟୋଟେକ୍, ଆଙ୍ଗ୍ଲୋମେଡ ଲିମିଟେଡ, ଜୀ ଲାବରେଟୋରୀଜ ଲିମିଟେଡ୍, ଡାଫୋଡିଲ୍ସ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍, ଜିଏଲଏସ ଫର୍ମା ଲିମିଟେଡ୍, ୟୁନିଜୁଲ୍ସ ଲାଇଫ୍ ସାଇନ୍ସ ଲିମିଟେଡ, କନ୍ସେପ୍ଟ ଫର୍ମାସ୍ୟୁଟିକାଲ୍ସ ପ୍ରାଇଭେଟ୍ ସାମିଲ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.