ଗୌତମ ଆଦାନୀଙ୍କ ଗୁପ୍ତ ଡିଲ୍‌ର ଖୁଲାସା କରିଥିବା ଆମେନ୍ୟା କହିଲେ- ମୋ ଜୀବନ ପ୍ରତି ବିପଦ ଅଛି

Published By : Prameya-News7 Bureau | October 01, 2024 IST

indiatoday

ନୂଆଦିଲ୍ଲୀ: ନାଇରୋବୀର ଜୋମୋ କେନିଆଟା ଅନ୍ତର୍ଜାତୀୟ ବିମାନବନ୍ଦର(ଜେକେଆଇଏ)କୁ ଭାରତୀୟ ବିଜନେଶ ଟାଇକୁନ ଆଦାନୀ ଲିଜ୍ ନେବା ଘଟଣାକୁ ଉଜାଗର କରି ଆନ୍ଦୋଳନ ସୃଷ୍ଟି କରିଥିବା ନେଲସନ ଅମେନ୍ୟା ଏକ ବଡ଼ ଅଭିଯୋଗ ଆଣିଛନ୍ତି।

ଜେକେଆଇଏକୁ ୩୦ ବର୍ଷ ପାଇଁ ଲିଜ ନେବାକୁ ଆଦାନୀ ଗ୍ରୁପର ସଂସ୍ଥାପକ ଗୌତମ ଆଧାନୀ ନାଇରୋବୀ ସରକାରଙ୍କ ଗୁପ୍ତରେ ଡିଲ କରୁଛନ୍ତି ବୋଲି ଗତ ଜୁଲାଇ ମାସରେ ଖୁଲାସା କରିଥିଲେ ଆମେନ୍ୟା। ପୋର୍ଟକୁ ଲିଜ୍ ନେବା ପାଇଁ ଅନ୍ୟ କୌଣସି ବିଡ ଆହ୍ୱାନ୍ ନକରି ଗୁପ୍ତରେ ଆଦାନୀକୁ ପୋର୍ଟ ଲିଜ୍ ଦିଆଯାଉଛି ବୋଲି ଖବର ସାମ୍ନାକୁ ଆଣିଥିଲେ। 

ଆମେନ୍ୟା କହିଛନ୍ତି ଯେ ସେ ଫ୍ରାନ୍ସରେ ପାଠ ପଢ଼ୁଛନ୍ତି ବୋଲି ସାହର କରି ଏହି ସିକ୍ରେଟ୍ ଡିଲ୍‌କୁ ଏକ୍ସପୋଜ୍ କରିଥିଲେ। ତା’ର ଅର୍ଥ ଏହା ନୁହେଁ ଯେ ସେ ସୁରକ୍ଷିତ ଅଛନ୍ତି। ଏନେଇ ଆମେନ୍ୟା କହିଛନ୍ତି “ମୁଁ ଜାଣେ ମୁଁ ସୁରକ୍ଷିତ ନୁହେଁ, ଏବଂ ଫ୍ରାନ୍ସର ଯେକୌଣସି ମୁହୂର୍ତ୍ତରେ ମୋତେ ଉଠାଇ ନିଆଯାଇପାରେ। ଆପଣ ୨ ବିଲିୟନ ଡଲାରର ଚୁକ୍ତି ବିଷୟରେ କହୁଛନ୍ତି ଏବଂ ଆପଣ ଜାଣି ନାହାଁନ୍ତି ଏହି ପର୍ଯ୍ୟାୟରେ ପହଞ୍ଚିବା ପାଇଁ କେତେ ହାତ ଦେଇ କାମ  ହୋଇଛି।” ଯଦି ମୁଁ ଏହାର ଖୁଲାସା ନ କରିଥାନ୍ତି ତେବେ ଏହା ଲୋକ ଲୋଚନକୁ ଆସି ନଥାନ୍ତା। ଚୁକ୍ତି ସ୍ୱାକ୍ଷରିତ ନହେବା ପର୍ଯ୍ୟନ୍ତ ଏହାକୁ ଲୁଚାଇ ରଖାଯାଇଥିଲା।

ତେବେ ନ୍ୟୁଜ ଖୁଲାସା କରିବାର ଏହା ହି ପ୍ରକୃଷ୍ଟ ସମୟ ଥିଲା। କାରଣ ସେମାନେ ବାଣିଜ୍ୟିକ ଚୁକ୍ତି କରିବା ଉପରେ ଥିଲେ। ତେଣୁ ତା’ ଆଗରୁ ଖୁଲାସା ହୋଇଗଲା। 

ସୂଚନା ଥାଉକି ଆମେନ୍ୟା କେନିଆ ସରକାରଙ୍କ ଏଭଳି ଗୁପ୍ତ ଡିଲ ସମ୍ପର୍କରେ ଖୁଲାସା କରିବା ପରେ କେନିଆଁ ସରକାର ଆମେନ୍ୟାଙ୍କ ବିରୋଧରେ ନକଲି କ୍ରିପ୍ଟୋ କରେନ୍ସି ବିକ୍ରି କରୁଥିବା ଅଭିଯୋଗ ଆଣିଥିଲେ। ହେଲେ ଆମେନ୍ୟା କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି। 

ସେପ୍ଟେମ୍ବର ମାସରେ ଜେକେଆଇଏର ହଜାର ହଜାର କର୍ମଚାରୀ ଆଦାନୀ ଡିଲ୍ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ। କେନିଆ ଆଭିଏସନ୍ ୱାର୍କର୍ସ ୟୁନିଅନ୍ ଏହି ଡିଲ୍‌କୁ ପ୍ରତ୍ୟାହାର କରିବାକୁ ସରକାରଙ୍କ ଉପରେ ଚାପ ପକାଇଥିଲେ। କେନିଆ ସରକାର ୟୁନିୟନର ବିନା ଅନୁମତିରେ ଡିଲ୍ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେବାର ଗୋଟିଏ ଦିନ ପରେ ଆନ୍ଦୋଳନ ବନ୍ଦ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.