ମୁଖ୍ୟମନ୍ତ୍ରୀ ଜୀ ନା ପୁରସ୍କାର ମିଳିଲା, ନା ସାହାଯ୍ୟ, କେଜ୍ରିଓ୍ଵାଲଙ୍କ ଶୁଭେଚ୍ଛା ପରେ ବେଦନା ବଖାଣିଲେ ପଦକ ବିଜେତା

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ପହିଲମାନ ଦମଦାର ପ୍ରଦର୍ଶନ କରି ୬ ସ୍ଵର୍ଣ୍ଣ ସହ ୧୨ ପଦକ ଜିତି ସାରିଛନ୍ତି। ଏହି ସମୟରେ ମହିଳା ପହିଲମାନ ଦିବ୍ୟା କାକରାନ କାଂସ୍ୟ ପଦକ ଜିତିଛନ୍ତି। ଏହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କାକରାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ କେଜ୍ରିଓ୍ଵାଲଙ୍କ ଶୁଭେଚ୍ଛାର ଜବାବରେ ତାଙ୍କୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ପୁରସ୍କାର ରାଶି କିମ୍ବା ସହାୟତା ମିଳିନଥିବା ପ୍ରସଙ୍ଗ ଉଠାଇଛନ୍ତି। ଭାରତୀୟ ଯୁବ ମହିଲମାନ ଦିବ୍ୟା ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା କୁସ୍ତି ପ୍ରତିଯୋଗିତାର ୬୮ କିଗ୍ରା  ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ଏଥିପାଇଁ ତାଙ୍କୁ ଟୁଇଟ୍ କରି ଅଭିନନ୍ଦନ ଜଣାଇଥିଲେ  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

ଦିବ୍ୟା କାକରାନ ରବିବାର ଗୋଟିଏ ପରେ ଗୋଟିଏ ଟୁଇଟ୍ କହିଛନ୍ତି, ପଦକ ଜିତିବା ନେଇ ଶୁଭେଚ୍ଛା ଜଣାଇଥିବାରୁ ଦିଲ୍ଲୀର ମାନନୀୟ ମୁଖ୍ୟମନ୍ତ୍ରୀ ଜୀଙ୍କୁ ହୃଦୟରୁ ଧନ୍ୟବାଦ। ମୋର ଆପଣଙ୍କୁ ଗୋଟିଏ ନିବେଦନ, ମୁଁ ଗତ ୨୦ ବର୍ଷ ଧରି ଦିଲ୍ଲୀରେ ରହୁଛି ଏବଂ ଏଠାରେ ହିଁ ନିଜ ଖେଳ କୁସ୍ତିର ଅଭ୍ୟାସ୍ କରୁଛି। କିନ୍ତୁ ଏ ପର୍ଯ୍ୟନ୍ତ ମୋତେ ରାଜ୍ୟ ସରକାରଙ୍କ ତରଫରୁ ନା କୌଣସି ପୁରସ୍କାର ରାଶି ମିଳିଛି ନା କୌଣସି ସହାୟତା। ମୁଁ ଆପଣଙ୍କୁ ଏମିତି ନିବେଦନ କରୁଛି ଯେ, ଯେଉଁଭଳି ଆପଣ ଅନ୍ୟ ଖେଳାଳିଙ୍କୁ ସମ୍ମାନିତ କରୁଛନ୍ତି ଯେଉଁମାନେ ଦିଲ୍ଲୀର ହୋଇ ଅନ୍ୟ ରାଜ୍ୟରୁ ଖେଳୁଛନ୍ତି, ଠିକ୍ ସେହି ପରି ମୋତେ ସମ୍ମାନିତ କରନ୍ତୁ।

wp:html /wp:html

ଏଥିସହ ଦିବ୍ୟା ୨୦୧୮ ମସିହାର ଏକ ଭିଡିଓ ସେୟାର କରି କହିଛନ୍ତି, ଲାଗୁଛି ସମୟ ପୁଣି ଥରେ ଦୋହରାଇଛି। ସବୁ କିଛି ପୂର୍ବ ପରି ରହିଛି, ନା କାଲି ମୋ ପାଇଁ କିଛି କରାଯାଇଥିଲା ନା ଏବେ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଶନିବାର ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଟୁଇଟ୍ କରି କହିଥିଲେ, ସାବାସ୍ ପହିଲମାନମାନେ। ଆମର ପହିଲମାନମାନେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଧୂମ ମଚାଇଛନ୍ତି। କୁସ୍ତିରେ ଭାରତକୁ ଗୋଟିଏ ଦିନରେ ମୋଟ୍ ଛଅଟି ପଦକ ମିଳିଥିବା ବେଳେ ଏଥିରେ ରହିଛି ୩ଟି ସ୍ଵର୍ଣ୍ଣ। ସାକ୍ଷୀ ମଲିକ ଏବଂ ଦୀପକ ପୁନିଆଙ୍କୁ ତାଙ୍କର ସ୍ଵର୍ଣ୍ଣ ଏବଂ ଦିବ୍ୟା କାକରାନ ଏବଂ ମୋହିତ ଗ୍ରେଓ୍ଵାଲଙ୍କୁ କାଂସ୍ୟ ପଦକ ପାଇଁ ବହୁତ ବହୁତ ଅଭିନନ୍ଦନ।

wp:html /wp:html

ସୂଚନାଯୋଗ୍ୟ, ଗରିବ ପରିବାରରୁ ଆସିଥିବା ଦିବ୍ୟା କାକରାନ ମହିଳା ୬୮  କିଲୋ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ଆର୍ଥିକ ସମସ୍ୟା ସତ୍ଵେ ଦିବ୍ୟା ହାର ମାନିନଥିଲେ ଏବଂ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ଭାରତକୁ ଗୌରବାନ୍ଵିତ କରିଚନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.