କାଶ୍ମୀରର ଭାରତରେ ବିଲୟ ନେଇ ନେହରୁ ବିଳମ୍ବ କଲେ, ମହାରାଜା ନୁହଁନ୍ତି: ଜୟରାମ ରମେଶଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର

Published By : Prameya-News7 Bureau | October 12, 2022 IST

ନୂଆଦିଲ୍ଲୀ: କାଶ୍ମୀରର ଭାରତରେ ବିଲୟକୁ ନେଇ ବିଜେପି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଟ୍ୱିଟର ଫାଇଟ୍ ଆରମ୍ଭ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଜୟ ରାମ ରମେଶଙ୍କର ଏକ ଟ୍ୱିଟ୍‌ର ଉତ୍ତର ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଲେଖିଛନ୍ତି ଯେ କାଶ୍ମୀର ବିଲୟରେ ନେହରୁ ବିଳମ୍ବ କଲେ ମହାରାଜା ହରି ସିଂହ ନୁହେଁ।

ସୂଚନା ଥାଉକି ସ୍ୱାଧିନତା ସମୟରେ ମହାରାଜା ହରି ସିଂହ ଜାମ୍ମୁ-କାଶ୍ମୀରର ରାଜା ଥିଲେ। ପାକିସ୍ତାନ ଆକ୍ରମଣ ସମୟରେ ସେ ଭାରତରେ ମିଶିବାକୁ ରାଜି ହୋଇ ସନ୍ଧି ହୋଇଥିଲା। ଏବେ ଇତିହାସର କଥାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରିଜିଜୁ ଓ ରମେଶ। କାଶ୍ମୀରର ବିଲୟ ନେଇ ଜୟରାମ ରମେଶ ଏକାଧିକ ଟ୍ୱିଟ୍‌ ମାରିଥିଲେ। ଏହି ଟ୍ୱିଟ୍‌ ପରେ ଫାଇଟ୍ ଆରମ୍ଭ ହୋଇଥିଲା।

ରମେଶ ଲେଖିଥିଲେ “ ମହାରାଜା ହରି ସିଂହ ଭାରତରେ ମିଶିବା ନେଇ ଦ୍ୱନ୍ଦ୍ୱରେ ଥିଲେ। କାରଣ ସେ ସ୍ୱାଧିନ କାଶ୍ମୀରର ସ୍ୱପ୍ନ ଦେଖୁଥିଲେ। ତେବେ ପାକିସ୍ତାନ ଆକ୍ରମଣ କରିବା ପରେ ସେ ଭାରତରେ ମିଶିଥିଲେ। ଶେଖ୍ ଅବଦୁଲ୍ଲା(ଜାମ୍ମୁ-କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ)ଙ୍କର ନେହରୁଙ୍କ ସହିତ ଭଲ ସମ୍ପକ ଥିଲା ବୋଲି ସେ ପୂରା କାଶ୍ମୀରକୁ ଭାରତରେ ମିଶାଇ ଦେଇଥିଲେ। ତାଙ୍କର ମହାତ୍ମା ଗାନ୍ଧୀଙ୍କ ପ୍ରତି ସମ୍ମାନ ଥିଲା। ୧୯୪୭ ସେପ୍ଟେମ୍ବର ୧୩ ତାରିଖରେ ଜାମ୍ମୁ-କାଶ୍ମୀର ପାକିସ୍ତାନରେ ମିଶିବାକୁ ସର୍ଦ୍ଦାର ପଟେଲ ଠିକ୍ ଥିଲେ। ସେତେବେଳେ ଜୁନାଗଡ଼ ନବାବ ପାକିସ୍ତାନରେ ମିଶିଲେ।”

ଜୟ ରାମ ରମେଶଙ୍କର ଏହି ଟ୍ୱିଟ୍ ପରେ ବିଜେପି ପକ୍ଷରୁ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ପ୍ରକୃତ କଥା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଗସ୍ତରେ ଯାଇଥିବା ବେଳେ ସେଠାରେ କାଶ୍ମୀର ବିଲୟ ନେଇ ପଟେଲ୍‌ଙ୍କୁ ଶ୍ରେୟ ଦେଇଥିଲେ। ପରୋକ୍ଷରେ ନେହରୁଙ୍କୁ ଟାର୍ଗେଟ୍ କରି ମୋଦୀ କହିଥିଲେ ଜଣେ ଲୋକ ହିଁ କାଶ୍ମୀର ସମସ୍ୟାର ସମାଧାନ ଚାହୁଁନଥିଲେ। ଏହାକୁ ନେଇ ଜୟରାମ ରମେଶ ଆଜି ଟ୍ୱିଟ୍ କରିଥିଲେ। ତେବେ ରମେଶଙ୍କର ଟ୍ୱିଟ୍‌ରେ ଉତ୍ତର ଦେଇଥିଲେ ରିଜିଜୁ। ସେ ମଧ୍ୟ ଟ୍ୱିଟ୍ କରି କାଶ୍ମୀର ସମସ୍ୟା ପାଇଁ ନେହରୁଙ୍କୁ ଦୋଷ ଦେଇଥିଲେ।

ସେ ଟ୍ୱିଟ୍ କରିଥିଲେ “ ୧୯୪୭ ଜୁଲାଇ ମାସରେ ମହାରାଜ ହରି ସିଂହ ପ୍ରଥମେ କାଶ୍ମୀରର ବିଲୟ ପାଇଁ ନିଜ ଆଡ଼ୁ ନେହରୁଙ୍କୁ  କହିଥିଲେ। ଏହା ସ୍ୱାଧିନତାର ଗୋଟିଏ ମାସ ପୂର୍ବର କଥା ଥିଲା। ହେଲେ ନେହେରୁ ମହାରାଜାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।” ମହାରାଜ ଭାରତରେ ମିଶିବା ନେଇ ଦ୍ୱନ୍ଦ୍ୱରେ ଥିଲେ ଏକଥା ଏକ ଐତିହାସିକ ମିଛ ହୋଇଗଲାଣି ବୋଲି କିରଣ ରିଜିଜୁ କମେଣ୍ଟ କରିଥିଲେ।   

ସେ ଆହୁରି ମଧ୍ୟ କହିଥିଲେ “ ୧୯୪୭ ଜୁଲାଇରେ କାଶ୍ମୀରର ବିଲୟ ନେଇ ହରିଂ ସିଂହଙ୍କ ଅନୁରୋଧକୁ ନେହରୁ କେବଳ ପ୍ରତ୍ୟାଖ୍ୟାନ କରିନଥିଲେ ବରଂ ୧୯୪୮ ଅକ୍ଟୋବର ପର୍ଯ୍ୟନ୍ତ ମିଶାଇବେ କି ନାହିଁ ଦ୍ୱନ୍ଦ୍ୱରେ ଥିଲେ। ସେତେବେଳଏ ପାକିସ୍ତାନୀ ସେନାକୁ ଶ୍ରୀନଗର ଦଖଲ କରିବାକୁ ଆଉ ମାତ୍ର କିଛି କିମି ବାକି ଥିଲା। ଏଥିପାଇଁ ନେହରୁ କାଶ୍ମୀର ପାଇଁ ସ୍ୱତନ୍ତ୍ର ମାମଲା କରିଥିଲେ। ଏହା ପଛରେ କଣ ଉଦ୍ଦେଶ୍ୟ ଥିଲା? ଭୋଟ ବ୍ୟାଙ୍କ ପଲିଟିକ୍ସ? ” ନେହରୁଙ୍କ ମୁର୍ଖତା ପାଇଁ ଭାରତ ଆଜି ବି ତାର ମୂଲ୍ୟ ଦେଉଛି ବୋଲି ରିଜିଜୁ ଟ୍ୱିଟ୍ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.