ନାରଙ୍ଗୀ ବିକିନି ବିବାଦରେ ନେହା ଶର୍ମା, ୟୁଜର୍ସ କଲେ ଟ୍ରୋଲ
23/12/2022 at 1:07 PM

ମୁମ୍ଵାଇ ୨୩।୧୨: ଶାହରୁଖ୍ ଖାନ୍ଙ୍କ ଅପ୍କମିଙ୍ଗ ଫିଲ୍ମ ‘ପଠାନ୍’ର ‘ବେଶରମ୍ ରଙ୍ଗ୍’ ଗୀତକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଗୀତରେ ଦୀପିକା ପାଦୁକୋନ ନାରଙ୍ଗୀ ରଙ୍ଗର ବିକିନି ପିନ୍ଧିଥିବାରୁ, ତାହା ଅତ୍ୟନ୍ତ ଆପତ୍ତିଜନକ ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି । ଏବେ ବଲିଉଡ୍ର ଆଉ ଜଣେ ନାୟିକା ନାରଙ୍ଗୀ ରଙ୍ଗର ବିକିନି ପିନ୍ଧି ବିବାଦ ଘେରକୁ ଆସିଛନ୍ତି । ସେ ହେଉଛନ୍ତି ନେହା ଶର୍ମା ।
ଇନ୍ଷ୍ଟା ଆକାଉଣ୍ଟ୍ରେ ନେହା ନିଜର ସଦ୍ୟତମ ଫଟୋ ସେୟାର କରିଛନ୍ତି। ଏଥିରେ ସେ ନାରଙ୍ଗୀ ରଙ୍ଗର ମୋନୋକିନିରେ ନଜର ଆସିଛନ୍ତି । ପ୍ରଥମ ଫଟୋରେ ସେ ସମୁଦ୍ରକୁ ଦେଖୁଛନ୍ତି । ଦିତ୍ଵୀୟଟିରେ ବେଳାଭୂମିରେ ଆଣ୍ଠେଇ କି ପୋଜ୍ ଦେଇଛନ୍ତି । କମେଣ୍ଟ ବିଭାଗରେ କିଛି ୟୁଜର୍ ନେହାଙ୍କୁ ତାରିଫ କରୁଥିବା ବେଳେ ଆଉ କିଛି ନାରଙ୍ଗୀ ରଙ୍ଗର ମୋନୋକିନିକୁ ନେଇ ଟ୍ରୋଲ୍ କରୁଛନ୍ତି। ଏହାକୁ ନେଇ ଜଣେ ୟୁଜର୍ ଲେଖିଛନ୍ତି, ଭଗବାନଙ୍କ ଅପମାନ ଭାରତ ସହିପାରିବ ନାହିଁ । ଆଉ ଜଣେ ୟୁଜର୍ ଲେଖିଛନ୍ତି, ଏହା ନାରଙ୍ଗୀ ରଙ୍ଗ। ଅଭିନେତ୍ରୀଙ୍କୁ ବୟକଟ୍ କର।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଆଗାମି କିଛି ପ୍ରୋଜେକ୍ଟକୁ ନେଇ ସେ ଏବେ ବ୍ୟସ୍ତ ଅଛନ୍ତି। ଫିଲ୍ମ ସମେତ ନେହା ୱେବ୍ ସିରିଜ୍ ଓ ଅନେକ ହିଟ୍ ମ୍ୟୁଜିକ୍ ଆଲବମ୍ରେ ମଧ୍ୟ ବେଶ ଲୋକପ୍ରିୟତା ପାଇଛନ୍ତି । କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଏପର୍ଯ୍ୟନ୍ତ ଆଶାନୁରୂପ ସଫଳତା ପାଇନାହାନ୍ତି । ତଥାପି ସେ ଚେଷ୍ଟା ଜାରି ରଖିଛନ୍ତି।