ନେହା ପେଣ୍ଡସେଙ୍କ ସଙ୍ଗୀତ ଫଟୋ ଭାଇରାଲ୍

Published By : Prameya-News7 Bureau | January 05, 2020 IST

ମୁମ୍ବାଇ୫|୧: ‘ବିଗ୍‌ବସ୍ ୧୨’ ଏବଂ ‘ମେ ଆଇ କମ୍ ଇନ୍ ମ୍ୟାଡମ୍’ ଶୋ’ରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ନେହା ପେଣ୍ଡସେ ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏବେ ନେହା ନିଜ ବିବାହ ନେଇ ଚର୍ଚ୍ଚାରେ ଅଛନ୍ତି। ଆଜି ନେହା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

{"id":207135,"sizeSlug":"large"}

ସୋସିଆଲ ମିଡିଆରେ ନେହାଙ୍କର ସଂଗୀତ ଫଟୋ ଭାଇରାଲ ହେବାରେ ଲାଗିଛି। ଇନ୍‌ଷ୍ଟାଗ୍ରାମ୍‌ରେ ନେହା ନିଜର ମେହେନ୍ଦି ଓ ସଙ୍ଗୀତ ସେରିମନିର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ତାଙ୍କ ଭାବି ସ୍ୱାମୀଙ୍କ ସହ ନଜର ଆସିଛନ୍ତି। ରଙ୍ଗିନ୍‌ ଲେହେଙ୍ଗାରେ ନେହା ଖୁବ୍‌ ସୁନ୍ଦର ଲାଗୁଛନ୍ତି। ତାଙ୍କ ଭାବିସ୍ୱାମୀ ଶାର୍ଦ୍ଦୁଳ ସିଂହ ମଧ୍ୟ ରଙ୍ଗିନ୍‌ ଆଉଟ୍‌ଫିଟ୍‌ ପିନ୍ଧିଛନ୍ତି। 

{"id":207136,"sizeSlug":"large"}

ଉଭୟ ବହୁତ ଖୁସି ଥିଲେ। ସୋସିଆଲ ମିଡିଆରେ ଫଟୋ ସହ ସଙ୍ଗୀତ୍‌ର କିଛି ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି। ଏଥିରେ ଦୁହେଁ ଏକାଠି ନାଚୁଥିବା ଦେଖିବାକୁ ମିଳିଛି। ସଙ୍ଗୀତ୍‌ ପାର୍ଟିରେ ପଞ୍ଜାବୀ ସିଙ୍ଗର ସୁଖବୀର୍ ସିଂହ ଗୀତ ଗାଇଥିଲେ।

{"id":207137,"sizeSlug":"large"}

ଏକ ସାକ୍ଷାତକାରରେ ନେହା ନିଜ ବିବାହ ନେଇ ବେଶ ଉତ୍ସାହିତ ବୋଲି କହିଥିଲେ। ଆଜି ନେହା ମରାଠୀ ଅନ୍ଦାଜରେ ନଜର ଆସିବେ। ସୂଚନାଯୋଗ୍ୟ ଯେ, ଉଭୟଙ୍କ ବାହାଘର ମରାଠୀ ରିତି ନୀତିରେ ହେବ। ବିବାହରେ କେବଳ ତାଙ୍କ ପରିବାର ଲୋକେ ଓ କିଛି ନିକଟତର ବନ୍ଧୁ ସାମିଲ୍‌ ହେବେ। ଆଗକୁ ସେ ମରାଠୀ ଫିଲ୍ମ 'ଜୁନ୍‌'ରେ ସିଦ୍ଧାର୍ଥ ମେନନ୍‌ଙ୍କ ସହ ଅଭିନୟ କରିବେ ବୋଲି ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.