Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଫିଲ୍ମରେ ଅଭିନୟ କରିବାକୁ ରାଜି ଅଛନ୍ତି ନେହା: ରଖିଛନ୍ତି ଏହି ସର୍ତ୍ତ

16/03/2020 at 6:15 PM

ମୁମ୍ବାଇ ୧୬/୦୩ : କେବେ ଦିନେ ସେ ଥିଲେ ଇଣ୍ଡିଆନ ଆଇଡ଼ଲ ପ୍ରତିଯୋଗୀ | ଆଜି ସେ ବଲିଉଡ ଜଗତର ଜଣେ ନାମୀ ଗାୟିକା | ଆମେ କହୁଛୁ ବଲିଉଡର ଚୁଲବୁଲି ଗାୟିକା ନେହା କକ୍କଡଙ୍କ ସମ୍ପର୍କରେ | ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କ ଡିମାଣ୍ଡ ବହୁତ ବେଶୀ | ତାଙ୍କ ଗୀତଗୁଡିକ ପ୍ରଶଂସକଙ୍କ ମନ କିଣିବା ସହ ହିଟ ହେବାରେ ଲାଗିଛି | ସେ ରିଆଲିଟି ଶୋ ଇଣ୍ଡିଆନ ଆଇଡ଼ଲ ମଧ୍ୟ ହୋଷ୍ଟ କରୁଛନ୍ତି | ସେ ନିଜ ମ୍ୟୁଜିକ ଭିଡିଓରେ ନିଜେ ଅଭିନୟ ମଧ୍ୟ କରିଥାନ୍ତି | ନେହାଙ୍କ ବଲିଉଡ ଜଗତକୁ ଏଣ୍ଟ୍ରିକୁ ନେଇ ପ୍ରଶଂସକ ଆଶାୟୀ |

ତେବେ ନେହା ଫିଲ୍ମରେ କେବେ ନଜର ଆସିବେ, ଅଭିନୟ ଜଗତରେ କେବେ ପାଦ ଥାପିବେ ସେନେଇ ଉଠିଛି ପ୍ରଶ୍ନ | ଏକ ସାକ୍ଷାତକାରରେ ନେହା ଏନେଇ ଖୁଲାସା କରିଛନ୍ତି | ତେବେ ସେ କହିଛନ୍ତି ଯେ, ଯେତେବେଳେ ସେ ନିଜେ ସୁନିଶ୍ଚିତ ହେବେ ଯେ ତାଙ୍କ ଅଭିନୀତ ଫିଲ୍ମ ବକ୍ସ ଅଫିସରେ ହିଟ ହେବ ସେତେବେଳେ ସେ ନିଶ୍ଚୟ ଅଭିନୟ କରିବେ | ସେ ଆହୁରି କହିଛନ୍ତି ଯେ, ଯେଉଁ ଗାୟକ ଗାୟିକାମାନେ ଫିଲ୍ମରେ ନିଜ କ୍ୟାରିଅର ଗଢିବା ପାଇଁ ଚେଷ୍ଟା କରିଛନ୍ତି କେହି ମଧ୍ୟ ସଫଳ ହୋଇନାହାନ୍ତି | ତେବେ ସେ ଜାଣିଶୁଣି ଏହିଭଳି କୌଣସି ଭୁଲ କରିବାକୁ ଚାହୁଁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି | ଯଦି ଫିଲ୍ମ ହିଟ ହେଲାଭଳି କାହାଣୀ ପାଆନ୍ତି ତାହେଲେ ସେ ଫିଲ୍ମ ସାଇନ କରିବେ ନହେଲେ କରିବେ ନାହିଁ ବୋଲି କହିଛନ୍ତି |

ସେ କହିଛନ୍ତି କେବଳ ଅଭିନୟ ପାଇଁ ସେ ଫିଲ୍ମ ଜଗତକୁ ଏଣ୍ଟ୍ରି କରିବେ ନାହିଁ | ଏଥିରୁ ସ୍ପଷ୍ଟ ଯେ, ନେହା ଅଭିନୟ ଜଗତକୁ ଆସିବା ପାଇଁ ଭଲ ପ୍ରୋଜେକ୍ଟକୁ ଅପେକ୍ଷା କରିଛନ୍ତି |

ତେବେ ଭଲ ପ୍ରୋଜେକ୍ଟ ନେହାଙ୍କୁ କେବେ ମିଳିବ ତାହା କୁହାଯାଇ ପାରିବନାହିଁ | ସେ ଜଣେ ହିଟ ଷ୍ଟାର | କେବଳ ବଡ ପରଦାରେ ନଜର ଆସିବା ପାଇଁ ସେ ଫିଲ୍ମ ସାଇନ କରିବାକୁ ଚାହୁଁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି | ପୂର୍ବରୁ ମଧ୍ୟ ଅନେକ ଗାୟକ ଗାୟିକା ଅଭିନୟ ଜଗତରେ ପାଦ ଥାପିଛନ୍ତି | ସୋନୁ ନିଗମ, ଶାନ, ମିକା ସିଂ, ହିମେଷ ରେସମୀୟା ବଲିଉଡର ନିଜ ଭାଗ୍ୟ ପରୀକ୍ଷା କରିସାରିଛନ୍ତି ଏବଂ କେହି ମଧ୍ୟ ସଫଳ ହୋଇପାରିନାହାନ୍ତି |     

   Related Posts