ନେହା କକ୍କର ସେୟାର କଲେ FIRST KISS ଭିଡିଓ, ଦେଖି ସାରିବା ପରେ ସ୍ୱାମୀ ରୋହନପ୍ରୀତ୍ କହିଲେ ଏମିତି...

Published By : Prameya-News7 Bureau | December 06, 2020 IST

ମୁମ୍ବାଇ,୦୬/୧୨:  ବଲିଉଡ୍ ସିଙ୍ଗର ନେହା କକ୍କର ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ୍ ରହିଥାନ୍ତି । ସେ ନିଜ ଫ୍ୟାନଙ୍କ ପାଇଁ ସଦାବେଳେ କିଛି ନା କିଛି ସେୟାର କରିଥାନ୍ତି । ନିଜର ପ୍ରଫେସନାଲ୍ ଲାଇଫରୁ ଆରମ୍ଭ କରି ପର୍ସନାଲ ଲାଇଫ୍ ଯାଏଁ ସେ ଇନଷ୍ଟାଗ୍ରାମରେ ସୂଚନା ଦେଇଥାନ୍ତି । ସେ ପୂର୍ବରୁ ରୋହନପ୍ରୀତ ସିଂଙ୍କ ସହ ବିବାହ ଖବର ସୋସିଆଲ ମିଡିଆରେ ହିଁ ପ୍ରଥମେ ଜଣାଇଥିଲେ ।

ଏହାମଧ୍ୟରେ ଇନଷ୍ଟାଗ୍ରାମରେ ନେହା ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଏହାକୁ ଖବ୍ ପସନ୍ଦ କରିଛନ୍ତି ।

wp:html
/wp:html

ଭିଡିଓରେ ନେହା ହନି ସିଂଙ୍କ ସହ ଫାଷ୍ଟ୍ କିସ୍ ଲିପସିଙ୍ଗ୍‌ କରୁଥିବା ନଜର ଆସିଛନ୍ତି । ଏହା ଦେଖି ପ୍ରଶଂସକମାନେ ନେହାଙ୍କ କ୍ୟୁଟନେସକୁ ପ୍ରଶଂସା କରିଛନ୍ତି । ହନି ସିଂ ମଧ୍ୟ ଭିଡିଓରେ କମେଣ୍ଟ କରି ବହୁତ ସାରା ଭଲ ପାଇବା ଓ ଧନ୍ୟବାଦ ବୋଲି କହିଛନ୍ତି । ଏହାସହ ନେହାଙ୍କ ପତି ରୋହନପ୍ରୀତ ସିଂ ମଧ୍ୟ କମେଣ୍ଟ କରି ସୋନା ବାବୁ ବୋଲି ଲେଖିଛନ୍ତି ।

ନିକଟରେ ନେହା ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ତାଙ୍କୁ ଏକ ଗୀତ ଆପ୍ ଟପ୍ ହିନ୍ଦୀ ଫିମେଲ୍ ଆର୍ଟିଷ୍ଟ୍-୨୦୨୦ ଆଓ୍ୱାର୍ଡ ଦେଇଛି । ସେ ଇନଷ୍ଟାରେ ଏନେଇ ସୂଚନା ଦେଇଥିଲେ । ଆପ୍ ନେହାଙ୍କୁ ଟପ୍ ପଞ୍ଜାବୀ ଫିମେଲ୍ ଆର୍ଟିଷ୍ଟ୍ କହିଥିଲା । ଏହା ଦେଖିବା ପରେ ନେହା ଖୁସି ହୋଇଥିଲେ । କାରଣ ତାଙ୍କ ଗୀତ ଅନ୍ୟମାନଙ୍କ ଅପେକ୍ଷା ୬୬୧୨୦୪ ଥର ଅଧିକ ଶୁଣାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.