ଏକ୍ସ ବୟଫ୍ରେଣ୍ଡ ହିମାଂଶଙ୍କୁ ଚେତାବନୀ ଦେଲେ ନେହା...ଭିଡିଓ ଭାଇରାଲ

Published By : Prameya-News7 Bureau | February 20, 2020 IST

ମୁମ୍ବାଇ୨୦|୨: ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କଡ଼ ଏବେ ନିଜ ପର୍ସନାଲ ଲାଇଫ୍‌କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନେହା ଓ ଆଦିତ୍ୟଙ୍କ ବିବାହ ଖବର ଇଣ୍ଡଷ୍ଟ୍ରି ଓ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଥିଲା। ତେବେ ନେହା ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ପୋଷ୍ଟରେ ସେ ହିମାଂଶଙ୍କୁ ଧମକ ଦେଇଛନ୍ତି। ଏକ ସାକ୍ଷାତକାରରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲି, ନେହାଙ୍କ ସହ ତାଙ୍କ ବ୍ରେକଅପ୍‌କୁ ନେଇ କିଛି କଥା କହିଥିଲେ।

{"id":226658,"sizeSlug":"large"}

ସେ କହିଥିଲେ ଯେ, ତାଙ୍କ ରିଲେସନଶିପ୍‌ର ବ୍ରେକ୍‌ଅପ୍‌କୁ ନେଇ ସେ ଅନେକ ଦିନ ହେବ ଚୁପ୍‌ ଥିଲେ। କିଛି ଦର୍ଶକଙ୍କ ମନରେ ଭୁଲ୍‌ ଧାରଣା ରହିଛି । ସେ କହିଥିଲେ ଯେ, ବ୍ରେକ୍‌ଅପ୍‌ କରିବାର ନିର୍ଣ୍ଣୟ ତାଙ୍କର ନୁହେଁ ନେହାଙ୍କର ଥିଲା। ଏମିତି ଅନେକ ଘଟଣା ହୋଇଛି ଯେଉଁ ବିଷୟରେ ସେ କଥା ହେବାକୁ ଚାହାନ୍ତି ନାହିଁ। ତାଙ୍କ କହିବା ଅନୁସାରେ ନେହା ଏହି ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଚାହୁଁନଥିଲେ,ସେଥିପାଇଁ ଉଭୟେ ଅଲଗା ହୋଇଥିଲେ।

{"id":226659,"sizeSlug":"large"}

ତେବେ ହିମାଂଶଙ୍କ ଏଭଳି ବୟାନ ପରେ ନେହା ବହୁତ ରାଗିଯାଇଛନ୍ତି । ନେହା ଇନ୍‌ଷ୍ଟାରେ ଏକ ପୋଷ୍ଟ କରି ହିମାଂଶଙ୍କୁ ଧମକ୍‌ ମଧ୍ୟ ଦେଇଛନ୍ତି। ନେହା ଲେଖିଛନ୍ତି ଯେ, 'ଲଭ୍ ୟୁ ଗୁଡ୍ଡୁ। ଭଗବାନ୍‌ଙ୍କ ଦୟାରୁ ତାଙ୍କ ପାଖରେ ସବୁ ଅଛି ଯାହା ଜଣେ ଜୀବନରେ ଚାହେଁ। ଏହାର ଏକମାତ୍ର କାରଣ ହେଉଛି ଭଲ କର୍ମ। ଯେଉଁ ଲୋକମାନେ ତାଙ୍କ ବିଷୟରେ ଖରାପ କହୁଛନ୍ତି ସେମାନେ ତାଙ୍କ ନାଁ ଖରାପ କରିବାକୁ ଚାହାନ୍ତି।  ଫେମସ୍‌ ହେବା ପାଇଁ ତାଙ୍କ ନାଁ ବ୍ୟବହାର କରୁଛନ୍ତି। ପୂର୍ବରୁ ମଧ୍ୟ ତାଙ୍କ ନାଁକୁ ବ୍ୟବହାର କରି ସେ ଫେମସ୍‌ ହୋଇଥିଲେ ଓ ଏବେ ବି କରୁଛନ୍ତି।

{"id":226660,"sizeSlug":"large"}

ଏବେ ପୁଣି ଷ୍ଟାରଡମ୍‌କୁ ଆସିବା ପାଇଁ ତାଙ୍କ ନାଁ ବ୍ୟବହାର କରିବାକୁ ମନା କରିଛନ୍ତି ନେହା। ଏହା ସହ ନେହା ଲେଖିଛନ୍ତି ଯେ, ଯଦି ସେ ହିମାଂଶଙ୍କ ମା, ବାପା ଓ ଭଉଣୀଙ୍କ କାରନାମା ବିଷୟରେ ମୁହଁ ଖୋଲନ୍ତି ତାହେଲେ ବହୁତ ଖରାପ ହେବ। ସେମାନେ ତାଙ୍କ ସହ ଯାହା କରିଛନ୍ତି ଓ କହିଛନ୍ତି ତାହା ଅତ୍ୟନ୍ତ ନିନଦନୀୟ। ନେହା ଚେତାବନୀ ଦେଇଛନ୍ତି ଯେ, ତାଙ୍କ ନାଁ ବ୍ୟବହାର କରି ଦୁନିଆ ଆଗରେ ବିଚାରା ହେବା ଆବଶ୍ୟକ ନାହିଁ। ତାଙ୍କୁ ଭିଲେନ୍‌ ବନେଇବାକୁ ଚେଷ୍ଟା କରିବାକୁ ମନାକରିଛନ୍ତି ନେହା। ତାଙ୍କଠୁ ଓ ତାଙ୍କ ନାଁଠୁ ଦୂରେଇ ରହିବାକୁ କହିଛନ୍ତି।

wp:core-embed/instagram {"url":"https://www.instagram.com/p/B8slasBnWMB/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B8slasBnWMB/?utm_source=ig_embed
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.