ଫେବୃଆରୀରେ ନେହାଙ୍କ ମେହେନ୍ଦୀ… ଭାଲେଣ୍ଟାଇନ୍ ଡେ'ରେ କରିବେ ବିବାହ!

Published By : Prameya-News7 Bureau | January 30, 2020 IST

wp:heading {"level":5}
ମୁମ୍ବାଇ୩୦|୧: ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କଡ ଏବେ ବେଶ ଚର୍ଚ୍ଚାରେ ରହୁଛନ୍ତି। କଣ୍ଠ ସ୍ୱରରୁ ଅନେକ ଲୋକଙ୍କ ଦିଲ୍‌ରେ ରାଜ କରୁଥିବା ନେହା ଖାସ କରିକି ଏବେ ତାଙ୍କ ବିବାହ ନେଇ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁସାରେ ନେହା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।
/wp:heading {"id":217649,"sizeSlug":"large"}

ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟଙ୍କୁ ବିବାହ କରିବେ ନେହା। ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ସେଟ୍‌ରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ସିଜିନ୍‌କୁ ଆଦିତ୍ୟ ନାରାୟଣ ହୋଷ୍ଟ କରୁଛନ୍ତି। ନିକଟରେ ଆଦିତ୍ୟଙ୍କ ବାପା ତଥା ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣ ଓ ତାଙ୍କ ପତ୍ନୀ ହଠାତ୍‌ ସେଟ୍‌ରେ ଯାଇ ନେହାଙ୍କୁ ବହୂ କରିବାକୁ ଚାହାନ୍ତି ବୋଲି କହିଥିଲେ। ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ରେ ଏହି ଜବରଦସ୍ତ ମାହୋଲ ଦେଖିବାକୁ ମିଳିଥିଲା।

{"id":217650,"sizeSlug":"large"}

ଫେବୃୟାରୀ ମାସ ୧୪ ତାରିଖ ତଥା ଭାଲେଣ୍ଟାଇନ୍‌ ଡେ'ରେ ନେହା ଆଦିତ୍ୟଙ୍କ ବିବାହ ହେବ ବୋଲି ସେଟ୍‌ରେ ଚର୍ଚ୍ଚା ହୋଇଥିଲା। ଏଥିପାଇଁ ମେହେନ୍ଦୀ ଲଗା ଡେଟ୍‌ ମଧ୍ୟ ଫିକ୍ସ ହୋଇସାରିଛି। ସୂଚନାଯୋଗ୍ୟ ଯେ, ଫେବୃୟାରୀ ମାସ ୧ ତାରିଖରେ ନେହାଙ୍କ ମେହେନ୍ଦୀ କାର୍ଯ୍ୟକ୍ରମ ହେବ। ନେହାଙ୍କୁ ଉଦିତ୍‌ ନାରାୟଣ ଖୁବ୍‌ ପସନ୍ଦ କରନ୍ତି। ଉଦିତ୍‌ଙ୍କ କହିବା ଅନୁସାରେ ଘରକୁ ଆଉ ଜଣେ ଗାୟିକା ଆସିବେ ଯେଉଁଥିପାଇଁ ସେ ବହୁତ ଖୁସି। ତେବେ ଉଭୟଙ୍କ ବିବାହ ସତରେ ହେଉଛି ନା ନାହିଁ ତାହା ଦେଖିବା ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.