‘ରାଜ୍ୟରେ ବ୍ୟାପୁଛି ଲଭ ଜିହାଦ’, ଝିଅର ହତ୍ୟା ପରେ ବଡ଼ ବୟାନ ଦେଲେ କଂଗ୍ରେସ ନେତା

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ: କର୍ଣ୍ଣାଟକର ହୁବଲି ସ୍ଥିତ ବିବିବି କଲେକ କ୍ୟାମ୍ପସରେ ଗୁରୁବାର କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରେମଥଙ୍କ ଝିଅ ନେହା ହିରେମଥଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ରିପୋର୍ଟ ଅନୁସାରେ ନେହା ଏହି କଲେଜରେ ଏମସିଏ ପ୍ରଥମ ବର୍ଷର ଛାତ୍ରୀ ଥିଲେ । କୁହାଯାଉଛି ଯେ ଏହି କଲେଜର ଡ୍ରପ୍ ଆଉଟ୍ ଷ୍ଟୁଡେଣ୍ଟ ୨୩ ବର୍ଷୀୟ ଫୈୟାଜ ଖୋଡ୍ଡୁନାଇକ ନେହାଙ୍କ ଗଳା, ପେଟ ସହ ଶରୀରରେ ଛୁରିରେ ୭ ଥର ଆକ୍ରମଣ କରିଥିଲା । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ନେହାଙ୍କୁ ହସ୍ପିଟାଲ ନିଆଯିବା ପୂର୍ବରୁ ହିଁ ତାଙ୍କର ପରଲୋକ ହୋଇଥିଲା । ନେହାଙ୍କ ହତ୍ୟା ପରେ ତାଙ୍କ ବାପା କଂଗ୍ରେସର ନେତା ହିରେମଥ ଶୁକ୍ରବାର କହିଛନ୍ତି ଯେ ରାଜ୍ୟରେ ଲଭ୍ ଜିହାଦ ବ୍ୟାପିବାରେ ଲାଗିଛି ।

ନିରଞ୍ଜନ ହିରେମଥ ଲୋକଙ୍କୁ କଲେଜ ଯାଉଥିବା ନିଜ ଝିଅଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବା ପାଇଁ ଅପିଲ୍ କରିଛନ୍ତି । ସାମ୍ୱାଦିକଙ୍କ ପ୍ରଶ୍ନର ଜବାବ ଜେଇ ନିରଞ୍ଜନ ହିରେମଥ କହିଛନ୍ତି, 'ପ୍ରତିଦିନ ଏପରି ଘଟଣା ଘଟିବାରେ ଲାଗିଛି । ମୁଁ ଜାଣିନି ଏହି ଯୁବମାନେ କାହିଁକି ଏପରି ରାସ୍ତା ଆପଣାଉଛନ୍ତି ଏବଂ ଏପରି ମାନସିକତା କଣ ପାଇଁ । ଆମର ଦାବି କୌଣସି ଝିଅ ଏପରି ଆଘାତ ଦେଇ ନଯିବା ଦରକାର । ମୁଁ ଅନୁଭବ କରୁଛି ଯେ ଲଭ ଯିହାଦ ବ୍ୟାପିବାରେ ଲାଗିଛି । ମୁଁ ବାପା ମାଆଙ୍କୁ ଅପିଲ କରୁଛି ଯେ ଯଦି ଆପଣ ନିଜ ଝିଅଙ୍କୁ କଲେଜ ପଠାଉଛନ୍ତି, ତେବେ ଆପଣଙ୍କ ସେମାନଙ୍କ ସହ ଯାଆନ୍ତୁ ଏବଂ ସୁନିଶ୍ଚିତ କରନ୍ତୁ ଯେ କେହି ତାଙ୍କ ପିଛା କରୁ ନାହିଁ ତ ?'

କଂଗ୍ରେସ ନେତା କହିଛନ୍ତି, ‘ଯାହା ଆମ ସହ ହୋଇଛି ସେହିପରି ଅନ୍ୟ କାହା ସହ ନହେଉ । ଆମ ପାଖପାଖର ସ୍ଥିତି ବହୁ ସମ୍ୱେନ୍ଦନଶୀଳ ଅଟେ । ମୁଁ ରାଜ୍ୟ ସରକାର ଏବଂ ନେତାଙକୁ ଏହା ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରୁଛି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.