ନେହା ହତ୍ୟା ମାମଲା: ୩୦ ସେକେଣ୍ଡରେ ୧୪ ଥର ଛୁରି ଭୁଶିଥିଲା ଫୈୟାଜ, ପୋଷ୍ଟମର୍ଟମ ରିପୋର୍ଟରୁ ଖୁଲାସା

Published By : Prameya-News7 Bureau | April 22, 2024 IST

ନୂଆଦିଲ୍ଲୀ: କର୍ଣ୍ଣାଟକର ହୁବଳିରେ ନେହା ହିରେମଥଙ୍କ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚିତ ହୋଇ ରହିଛି । ରାଜ୍ୟରେ ଏହି ହତ୍ୟାକାଣ୍ଡକୁ ନେଇ ଲଗାତାର ବିରୋଧ ପ୍ରଦର୍ଶନ କରାଯାଉଛି । ଏହାରି ଭିତରେ ନେହାର ଶବ ବ୍ୟବଚ୍ଛେଦ ରିପୋର୍ଟରେ ସାମନାକୁ ଆସିଛି । ଏଥିରେ ଫୈୟାଜ କେତେ ବଡ଼ ନୃଶଂସ ତାହା ମଧ୍ୟ ସାମନାକୁ ଆସିଛି । ଏଥିରୁ ଜଣାପଡ଼ିଛି ଯେ ଫୈୟାଜ କେବଳ ୩୦ ସେକେଣ୍ଡରେ ୧୪ଥର ଛୁରି ଭୁଶିଛି । ସୋମବାର ପୋଲିସ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି ।

ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ ଅଭିଯୁକ୍ତ ଫୈୟାଜ, ନେହାର ଛାତି ଏବଂ ବେକକୁ ଛୁରିରେ ଆକ୍ରମଣ କରିଥିଲା । ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି ଯେ ନେହାଙ୍କ ବେକକୁ ଅନେକ ଥର ଛୁରିରେ ଆକ୍ରମଣ କରାଯିବା ଯୋଗୁଁ ଅଧିକ ରକ୍ତ ସ୍ରାବ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । 

ପୋଲିସ ସୂତ୍ର ରିପୋର୍ଟକୁ ଆଧାର କରି କହିଛି ଯେ ପ୍ରଥମେ ନେହାଙ୍କ ଛାତି ଏବଂ ପେଟରେ ଛୁରା ମାଡ଼ ହୋଇଥିଲା । ନେହା ତଳେ ପଡ଼ିଯିବା ପରେ ପୈୟାଜ ଲଗାତାର ତାଙ୍କ ଶରୀରରେ ଛୁରା ମାଡ଼ କରି ଚାଲିଥିଲା । ଏପରି କି ଫୈୟାଜ ମୃତ ନେହାଙ୍କ ଗଳା କାଟିବାକୁ ମଧ୍ୟ ଉଦ୍ୟମ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ନେହା ହିରେମଥ ହୁବଲିର ବିଭିବି କଲେଜରେ ଏମସିଏ ପଢୁଥିଲେ । ପ୍ରେମ ନିବେଦନ ସ୍ୱୀକାର ନକରିବାରୁ ଅଭିଯୁକ୍ତ ଫୈୟାଜ ତାଙ୍କୁ ହତ୍ୟା କରିଥିଲା । ନେହାଙ୍କ ବାପା ଏହା ଘଟଣାକୁ ଲଭ୍ ଜିହାଦ୍ ବୋଲି ମଧ୍ୟ କହି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.