ସ୍ବାସ୍ଥ୍ୟାବସ୍ଥାର ନଗ୍ନଚିତ୍ର: ପୁଣି ଭାରରେ ବୁହା ହେଲେ ଗର୍ଭବତୀ ମହିଳା
25/09/2020 at 6:53 PM

ମାଲକାନଗିରି୨୫/୯: ରାଜ୍ୟର ସ୍ବାସ୍ଥ୍ୟାବସ୍ଥାର ନଗ୍ନଚିତ୍ର। ପୁଣି ଭାରରେ ବୁହା ହେଲେ ଗର୍ଭବତୀ ମହିଳା। ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ପାଡ଼ଲପୁଟ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ଆସିବା ନ ପାରିବାରୁ ଭାରରେ ୭ କି.ମି ପର୍ଯ୍ୟନ୍ତ ବୁହା ହେଲେ ଗର୍ଭବତୀ ମହିଳା।
ମାଲକାନଗିରି ଜିଲ୍ଲାର ବାଲିମେଳା ସ୍ଥିତ ପାଡ଼ଲପୁଟ ଗ୍ରାମର ଦେବକୀ ମୁଦୁଲି ନାମକ ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୭ କି.ମି ଦୂରରେ ଅଟକି ରହିଥିଲା ଫଳରେ ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ଭାରରେ ଗର୍ଭବତୀଙ୍କୁ ବୋହି ନେଇଥିଲେ। ବାଲିମେଳା ସ୍ବାସ୍ଥକେନ୍ଦ୍ରରେ ପହଁଞ୍ଚିବା ପରେ ସେଠାରେ ତାଙ୍କର ଗୋଟେ ଶିଶୁକନ୍ୟା ଜନ୍ମ ହୋଇଥିଲା।