ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଅବ୍ୟବସ୍ଥା ଘେରରେ ମଙ୍ଗଳପୁର ଷ୍ଟେଟ୍ ବ୍ୟାଙ୍କ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

3/01/2020 at 7:45 PM

ଯାଜପୁର୩/୧: ଅବ୍ୟବସ୍ଥା ଘେରରେ ମଙ୍ଗଳପୁର ଷ୍ଟେଟ୍ ବ୍ୟାଙ୍କ। କେତେବେଳେ ସିଟ୍‌ରେ କର୍ମଚାରୀ ନାହାନ୍ତି ତ ପୁଣି କେତେବେଳେ ୩/୪ ଜଣ କର୍ମଚାରୀରେ ଚାଲିଛି ବ୍ୟାଙ୍କ ସେବା। ପୁଣି ଷ୍ଟେଟ୍‌ ବ୍ୟାଙ୍କ ତଳେ ଥିବା ଏଟିଏମ୍ ଓ ଡିପୋଜିଟ୍ ମେସିନ୍ ଖରାପ ହୋଇ ପଡି ରହିଛି। ଅଧିକାଂଶ ସମୟରେ ଏଟିଏମ୍‌ରେ ଟଙ୍କା ନ ଥିବା ଯୋଗୁଁ ସାଧାରଣ ଲୋକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥାଆନ୍ତି। ଏପରି କି ଜରୁରୀକାଳୀନ ପରିସ୍ଥିତି ଅର୍ଥାତ ମେଡିକାଲ କେସ୍‌ରେ ଏଟିଏମ୍‌ରେ ଟଙ୍କା ନ ଥାଏ। ସବୁଠାରୁ ବଡ଼କଥା ମଙ୍ଗଳପୁର ବଜାରର ଆଖପାଖ ଅଞ୍ଚଳରେ କୌଣସି ସ୍ଥାନରେ ଷ୍ଟେଟ୍‌ ବ୍ୟାଙ୍କ ବ୍ରାଞ୍ଚ ନାହିଁ। ଏହି ଗୋଟିଏ ଷ୍ଟେଟ୍ ବ୍ୟାଙ୍କ ଉପରେ ପାଖାଖାଖି ୫୦ରୁ ଉର୍ଦ୍ଧ୍ବ ଗାଁ ଲୋକେ ନିର୍ଭର କରିଥାଆନ୍ତି।

ତେବେ ରାତି ପାହିଲେ ଷ୍ଟେଟ୍‌ ବ୍ୟାଙ୍କରେ ଭିଡ଼ ଲାଗି ରହିଥାଏ। ଅଳ୍ପ କର୍ମଚାରୀଙ୍କୁ ଅଧିକ ବ୍ୟାଙ୍କ ଗ୍ରାହକ। ମାତ୍ର ୧୦୦ ଟଙ୍କା ଉଠାଇବା ପାଇଁ ଲାଇନରେ ୨/୩ ଘଣ୍ଟା ଛିଡ଼ା ହେବାକୁ ପଡ଼ିଥାଏ। ଯଦି କୌଣସି ଦିବ୍ୟାଙ୍ଗ କିମ୍ବା ବୟସ୍କ ଲୋକ ଟଙ୍କା ଉଠାଇବାକୁ ମଙ୍ଗଳପୁର ଷ୍ଟେଟ୍ ବ୍ୟାଙ୍କକୁ ଯାଏ ତେବେ କେତେ କଷ୍ଟ ହେଉଥିବ ତାହା ଅନୁମାନ କରି ପାରୁଥିବେ। ଏହାସହ ମହିଳା ଓ ପୁରୁଷଙ୍କ ପାଇଁ ଗୋଟିଏ ଲାଇନ ରହିଛି। ଟଙ୍କା ଉଠାଇବା ଓ ଡିପୋଜିଟ୍‌ କରିବା ପାଇଁ ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି।

ମଙ୍ଗଳପୁର ଷ୍ଟେଟ୍‌ ବ୍ୟାଙ୍କରେ ଏଭଳି ଅବ୍ୟବସ୍ଥା ଦେଖି ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଏପରିକି ବ୍ୟାଙ୍କ ସେବା କିଭଳି ଚାଲିଛି ତାହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଠିକ୍ ଭାବେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି।

   Related Posts