scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାଇରାଲ ଜ୍ୱରରେ ଅବହେଳା ବିପଦଜନକ, ଜାଣନ୍ତୁ କାହିଁକି ?

22/09/2023 at 4:24 PM

ନୂଆଦିଲ୍ଲୀ ୨୨।୯: ଭାଇରାଲ ଜ୍ୱରରେ କୌଣସି ପ୍ରକାରର ଅବହେଳା ପୀଡ଼ିତଙ୍କ ନିମନ୍ତେ ବିପଦଜନକ ସାବ୍ୟସ୍ତ ହୋଇପାରେ। ଭାଇରାଲ ଜ୍ୱର ଯଦି ୩ ଦିନରେ ନିୟନ୍ତ୍ରିତ ନ ହେଲା ତେବେ ତୁରନ୍ତ ଡେଙ୍ଗୁ, ଚିକେନଗୁନିଆ ଯାଞ୍ଚ କରାଇ ଚିକିତ୍ସାର ବ୍ୟବସ୍ଥା କରନ୍ତୁ। ଏହାକୁ ଅଣଦେଖା କଲେ ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଜୀବନ ଉପରକୁ ବିପଦ ଘନେଇପାରେ ବୋଲି ବିଶେଷଜ୍ଞ ସତର୍କ କରିଛନ୍ତି। ବର୍ତ୍ତମାନ ସମୟରେ ହସ୍ପିଟାଲ ପହଞ୍ଚୁଥିବା ପ୍ରାୟ୨୫ ପ୍ରତିଶତ ରୋଗୀ ଭାଇରାଲ ଜ୍ୱରରେ ଆକ୍ରାନ୍ତ। ବଦଳୁଥିବା ପାଣିପାଗ ଏପରି ଜ୍ୱର ବ୍ୟାପିବାର ମୁଖ୍ୟ କାରଣ କୁହାଯାଉଛି।

ଏହି ଜ୍ୱାରରୁ ଶିଶୁ, କିଶୋର ଓ ବୟସ୍କ ଲୋକେ ମଧ୍ୟ  ବାଦେ ପଡୁ ନାହାନ୍ତି। ଏହା ଆଢୁଆଳରେ ଡେଙ୍ଗୁ ଓ ଚିକନ ଗୁନିଆ ହେବାର ବିପଦ ରହୁଛି। ଏଣୁ ଜ୍ୱରରେ ଚିକିତ୍ସା ପାଇଁ ପହଞ୍ଚୁଥିବା ଲୋକଙ୍କ ମଧ୍ୟରୁ ୧୫ ପ୍ରତିଶତ ଭାଇରାଲରେ ଆକ୍ରାନ୍ତ ରହୁଥିବା ଜଣାପଡିଛି। ଏପରି ଲୋକଙ୍କ ସ୍ୱତନ୍ତ୍ର ଚିକିତ୍ସା ସହିତ ଦେଖରେଖର ମଧ୍ୟ ଆବଶ୍ୟକତା ରହୁଛି। ଯଦି ଘରେ କାହାରିକୁ ଭାଇରାଲ ଜ୍ୱର ହେଉଛି ତେବେ ତାଙ୍କ ପିଇବା ପାଣି ସିଝାଇ ଥଣ୍ଡାକରି ପିଇବାକୁ ଦିଅନ୍ତୁ। ଡାକ୍ତରଙ୍କ ପରାମର୍ଶ ମୁତାବକ ନିର୍ଦ୍ଧାରିତ ସମୟରେ ଔଷଧ ଖଆନ୍ତୁ। ଏହା ବାଦେ ଯଦି ଜ୍ୱର ୩ ଦିନ ମଧ୍ୟରେ ନ ଛାଡୁଛି ତେବେ ପୁଣି ଡାକ୍ତରଙ୍କ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ନିରୀକ୍ଷା କରନ୍ତୁ।

ଭାଇରାଲ ଜ୍ୱର ଗୋଟିଏ ଗୋଟିଏ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଆକ୍ରାନ୍ତ କରୁଛି। ଏଥିରେ ଶିଶୁ ଓ ବୟଷ୍କ ଲୋକେ ବିଶେଷ ପ୍ରଭାବିତ ହେଉଛନ୍ତି। ଏଣୁ ଔଷଧ ଦୋକାନରେ ଲକ୍ଷଣ କହି ଔଷଧ ଆଣି ଚିକିତ୍ସା କରାଇବା ବଦଳେ ଜ୍ୱାରରେ ପୀଡ଼ିତଙ୍କୁ ହସ୍ପିଟାଲ ନେଇ ଡାକ୍ତର ଦେଖାଇ ତାଙ୍କ ପରାମର୍ଶ ମୁତାବକ ଦେଖରେଖ ଓ ଚିକିତ୍ସା କରନ୍ତୁ। ଏଥିରେ ଯଦି କାହାରିଠାରେ ଡେଙ୍ଗୁ କି ଚିକନଗୁନିଆ ପରୀକ୍ଷଣରେ ଆସୁଛି ତେବେ ବିଲମ୍ବ ନ କରି  ତୁରନ୍ତ ଉପଚାର ବ୍ୟବସ୍ଥା କରନ୍ତୁ।

ଭାଇରାଲ ଜ୍ୱରରେ ଆକ୍ରାନ୍ତ ଲୋକଙ୍କୁ ଖାଦ୍ୟରେ ଡାଲି ଓ ସବୁଜ ପନିପରିବା ପ୍ରସ୍ତୁତ ତରକାରୀ ଖାଇବାକୁ ଦିଅନ୍ତୁ। ରୋଗୀଙ୍କୁ ମସାରୀ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ। ୩ରୁ ୪ ଦିନ ମଧ୍ୟରେ ଯଦି ଜ୍ୱର ଉପସମ ନ ହେଲା ତେବେ ନିଶ୍ଚିତ ଡାକ୍ତରଙ୍କ ପରାମର୍ଶରେ ଯାଞ୍ଚ କରି ଯାଞ୍ଚ ରିପୋର୍ଟ ଅନୁସାରେ ଚିକିତ୍ସା କରାନ୍ତୁ। ଜ୍ୱରକୁ ଅବହେଳା କରନ୍ତୁ ନାହିଁ।

   Related Posts