ପ୍ରସବ ପରେ ମହିଳାଙ୍କ ମୃତ୍ୟୁ, ଚିକିତ୍ସା ଅବହେଳାକୁ ଦାୟୀ କଲେ ପରିବାର ଲୋକେ

Published By : Prameya-News7 Bureau | June 16, 2023 IST

କେନ୍ଦ୍ରାପଡା ୧୬: ପ୍ରସବ ପରେ ମହିଳାଙ୍କ ମୃତ୍ୟୁ । ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।

{"id":804146,"width":739,"height":417,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ଗାଁର ଆଦିତ୍ୟ ନାରାୟଣ ରାୟଙ୍କ ସ୍ତ୍ରୀ ରିଦ୍ଧି ରାୟଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୪ ତାରିଖ ଦିନ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ l ୧୫ ତାରିଖ ଅପରାହ୍ନ ସାଢେ ୪ଟାରେ ସିଜରିଆନ କରାଯାଇ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା l

{"id":804147,"width":739,"height":413,"sizeSlug":"full","linkDestination":"none"}

ତେବେ ସେହିଦିନ ଭୋର ପ୍ରାୟ ସାଢେ ୪ଟାରେ ରିଦ୍ଧିଙ୍କର ମୃତ୍ୟୁ ହୋଇଯାଇଥିଲା l ମଧ୍ୟରାତିରେ ରୋଗୀ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ଡ୍ୟୁଟିରେ ଥିବା ଡାକ୍ତର ଏବଂ ନର୍ସଙ୍କୁ ଡାକିଥିଲେ ସୁଦ୍ଧା କେହି ଶୁଣି ନଥିବା ଅଭିଯୋଗ ହୋଇଛି l ଫଳରେ ଉପଯୁକ୍ତ ଚିକିତ୍ସା ନପାଇ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ, ମେଡିକାଲ କର୍ମଚାରୀ ତାଙ୍କୁ ୧୦ହଜାର ଟଙ୍କା ମାଗିଥିଲେ । ସେମାନେ ୩ ହଜାର ଟଙ୍କା ଦେଇଛନ୍ତି l ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l

You Can Read :

wp:embed {"url":"https://www.prameyanews7.com/elephant-attack-in-telkoi-of-keonjhar-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/elephant-attack-in-telkoi-of-keonjhar-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.