Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

୬୪ ବର୍ଷରେ ନୀତୁ କପୁର କିଣିଲେ ଲଗଜରୀ ମର୍ସିଡିଜ୍‌ କାର, ଦାମ୍‌ ଜାଣିଲେ ଉଡିଯିବ ହୋସ୍

11/03/2023 at 10:45 AM

ମୁମ୍ଵାଇ ୧୧।୦୩: ବଲିଉଡର ଭେଟେରାନ୍ ଅଭିନେତ୍ରୀ ନୀତୁ କପୁର । ବର୍ତ୍ତମାନ ସେ ନୂଆ ବିଳାସପୂର୍ଣ୍ଣ କାର୍ ମର୍ସିଡିଜ୍ ମେବ୍ୟାକ୍‌ GLS-୬୦୦ କିଣିଛନ୍ତି । ଏହି ଯାନର ମୂଲ୍ୟ ୨.୯୨ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ବିଳାସପୂର୍ଣ୍ଣ କାର ଫିଚର୍ସ ପାଇଁ ବେଶ୍‌ ଜଣାଶୁଣା । ଏହି ନୂଆ ଯାନର ମାଲିକ ହୋଇଥିବା ନୀତୁ ବର୍ତ୍ତମାନ ଅର୍ଜୁନ କପୁର, ରଣବୀର ସିଂ ଏବଂ ଆୟୁଷ୍ମାନ ଖୁରାନାଙ୍କ ପରି ଅନେକ ଏ-ତାଲିକାର ସେଲିବ୍ରିଟିଙ୍କ କ୍ଲବରେ ଯୋଗ ଦେଇଛନ୍ତି, ଯେଉଁମାନେ ଏହି ଅଲଟ୍ରା ବିଳାସପୂର୍ଣ୍ଣ କାରର ମାଲିକ ଅଟନ୍ତି।

ମୁମ୍ବାଇରେ ଥିବା ମର୍ସିଡିଜ୍-ବେଞ୍ଜ୍ କାରର ଫ୍ରାଞ୍ଚାଇଜ୍ ପାର୍ଟନରର ଅଫିସିଆଲ୍ ପେଜ୍ ଇନଷ୍ଟାଗ୍ରାମରେ ନୀତୁ କପୁରଙ୍କ ଏକ ଫଟୋ ଏବଂ ଏକ ଭିଡିଓ ସେୟାର ହୋଇଛି। ନୀତୁ ତାଙ୍କ ନୂଆ କାର ସହ ହସୁଥିବା  ଦେଖିବାକୁ ମିଳିଛି । ଆଉ ଏକ ଫଟୋ ଟିମ୍‌ ସହିତ ଏକ ବିରାଟ ଚକୋଲେଟ୍ କେକ୍ କାଟି ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଥିଲା।

ଭିଡିଓର କ୍ୟାପସନରେ ଲେଖାହୋଇଛି, ” ବଦଳୁଥିବା ଷ୍ଟାଇଲ୍ @ ନୀତୁ ୫୪ର ନୂଆ ମର୍ସିଡିଜ୍-ମେବ୍ୟାଚ୍‌ ଜିଏଲ୍ଏସ୍ ଆସିଛି! ଅଭିନନ୍ଦନ ନୀତୁ, ଆପଣଙ୍କ ଡ୍ରାଇଭ୍ ଆପଣଙ୍କ କ୍ୟାରିୟର ପରି ଉଜ୍ଜ୍ୱଳ ହୋଇପାରେ!” କାରଟି ଭେଣ୍ଟିଲେଟେଡ୍ ମସାଜ୍ ସିଟ୍, ୧୨.୩-ଇଞ୍ଚ୍ ଡୁଆଲ୍ ସ୍କ୍ରିନ୍ ଡିସପ୍ଲେ, ଏକ ଇଲେକ୍ଟ୍ରୋନିକ୍ ସ୍ଲାଇଡିଂ ପାନୋରାମିକ୍ ସନ୍‌ରୁଫ୍ ଏବଂ ବିଭିନ୍ନ ଆଲୋକୀକରଣ ବିକଳ୍ପ ପାଇଥାଏ । ଏହା ମଧ୍ୟ ପ୍ରଥମ SUV ଅଟେ ଯାହାର ନାମ ମେବ୍ୟାକ୍‌।

   Related Posts